କଶ୍ମୀରରେ ଉନ୍ନୟନମୂଳକ କାମ ହୋଇପାରିବ, ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ

ଜମ୍ମୁ କାଶ୍ମୀରରୁ ୩୭୦ ଓ ୩୫(ଏ) ଧାରା ଉଛେଦ ଏକ ଐତିହାସିକ ପଦକ୍ଷେପ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ସାହସିକ ପଦକ୍ଷେପ ନେଇଛନ୍ତି। ଧାରା ଉଚ୍ଛେଦ ହେବା ପରେ ଜାମ୍ମୁକାଶ୍ମୀର ଓ ଲଦାଖରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଆଗାମୀ ଦିନରେ କଶ୍ମୀରରେ ଉନ୍ନୟନମୂଳକ କାମ ହୋଇପାରିବ ବୋଲି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କାଶ୍ମୀରର ପଣ୍ଡିତମାନେ ସେମାନଙ୍କ ଘରକୁ ଖୁବ ଶୀଘ୍ର ଫେରିବେ। ଏହାସହ ପାକିସ୍ତାନ ଏବେ ସାରା ବିଶ୍ୱରେ ଏକ ଘରିଆ ହୋଇଯାଇ ଥିବା ସେ କହିଛନ୍ତି। ପାକିସ୍ତାନ କିଭଳି ଆତଙ୍କବାଦ କାର୍ଯ୍ୟକଳାପ କରୁଥିଲା ସେ ସମ୍ପର୍କରେ ସମସ୍ତ ଦେଶ ଏବେ ଜାଣି ସାରିଛନ୍ତି। ଜମ୍ମୁ କଶ୍ମୀରରେ ଗଣତାନ୍ତ୍ରିକ କାର୍ଯ୍ୟଧାରା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.