ଏକୁଟିଆ ରହୁଥିବା ଲୋକ ହୋଇପାରନ୍ତି ‘ଚାଲାଖ’

ଏକୁଟିଆ ରହୁଥିବା ଲୋକ କିମ୍ବା ସୋସିଆଲ ମିଡିଆରେ କମ୍ ସମୟ ବିତାଉଥିବା ଲୋକ ସମସ୍ତଙ୍କୁ ବହୁତ ବୋରିଙ୍ଗ୍ ଲାଗିଥାଆନ୍ତି। କିନ୍ତୁ ଏହା ଜାଣି ଆପଣ ଆଶ୍ଚଯ୍ୟର୍ ହେବେ ଯେ ଏମାନେ ଆଦୌ ବୋରିଙ୍ଗ୍ ନୁହନ୍ତି, ବରଂ ଏମାନେ ଥାଆନ୍ତି ସବୁଠାରୁ ଚାଲାଖ୍। ଏ କଥା ଆମେ କହୁନୁ, ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। କୁହାଯାଉଛି କି, ନିଜକୁ ସବୁବେଳେ ରିଜର୍ଭ ରଖୁଥିବା ଲୋକ ଅର୍ଥାତ୍ ଅନ୍ୟମାନଙ୍କ ସହିତ କମ୍ ମିଶୁଥିବା ଲୋକ ଇଣ୍ଟେଲିଜେଣ୍ଟ୍ ହୋଇଥାଆନ୍ତି। ଓ୍ଵାର୍ଲ୍ଡ ଇକୋନୋମିକ୍ ଫୋରମ୍ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।
ଏହାସହ ପଢ଼ନ୍ତୁ: ‘ଲବଙ୍ଗ’ ଦ୍ୱାରା ଫେରିଆସିବ ଘରର ଖୁସି, ଥରେ ଆପଣ ଚେଷ୍ଟା କରନ୍ତୁ
୧୮ରୁ ୨୮ ବର୍ଷ ବୟସ ମଧ୍ୟବର୍ତ୍ତୀ ପାଖାପାଖି ୧୫ ହଜାର ଲୋକଙ୍କ ଉପରେ ଗବେଷଣା କରାଯାଇଥିଲା। ଏଥିରେ ସେମାନଙ୍କ ଜୀବନ ସହିତ ଜଡ଼ିତ କିଛି ଖାସ୍ ପ୍ରଶ୍ନ ପଚରାଯାଇଥିଲା। ଲୋକଙ୍କ ସହିତ ମିଶିବାକୁ କେତେ ଭଲ ଲାଗିଥାଏ, ସେମାନଙ୍କ ଆଖପାଖରେ କେତେ କୋଳାହଳ ରହିଥାଏ, ଏମିତି କିଛି ପ୍ରଶ୍ନ ବିଶେଷଜ୍ଞମାନେ ପଚାରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ଅଧିକ ବୁଦ୍ଧିମାନ ଲୋକଙ୍କୁ ସାଙ୍ଗସାଥୀଙ୍କ ସହିତ ମିଶିବାରେ କମ୍ ଖୁସି ମିଳିଥାଏ। ଏମାନଙ୍କୁ ଭିଡ଼ ବେଶି ପସନ୍ଦ ନ ଥାଏ। ଅଧିକ ଲୋକଙ୍କ ସହିତ ମିଶିଲେ ଏମାନଙ୍କୁ ଶ୍ୱାସରୋଧ ହେବା ଭଳି ଲାଗିଥାଏ। ତେବେ ଏମିତି ଲୋକ ରିଜର୍ଭ ରହିବାର ଅନେକ କାରଣ ରହିଥାଇପାରେ। ହୋଇପାରେ ବୁଦ୍ଧିଜୀବୀ ଲୋକ ନିଜ କାମ ଉପରେ ଅଧିକ ଫୋକସ୍ କରିବାକୁ ବେଶି ବିଶ୍ୱାସ କରନ୍ତି। ଦ୍ୱିତୀୟତଃ, ନିଜ ଚିନ୍ତାରେ ନିମଗ୍ନ ରହୁଥିବା ଲୋକଙ୍କ ଭଳି ଏମାନେ ମଧ୍ୟ ନିଜକୁ ସେହିଭଳି ରଖିବାକୁ ଚାହାଁନ୍ତି।