Below header

ଓଡିଶା ହେବ ଇଭି ହବ୍‌: ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ । ଓଡ଼ିଶାରେ ବିଦ୍ୟୁତଚାଳିତ ଗାଡ଼ି ଓ ବ୍ୟାଟେରୀ କାରଖାନା ନିର୍ମାଣ କରିବ ଜେଏସଡବଲ୍ୟୁ ଗ୍ରୁପ । ଲୋକସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ରାଜ୍ଯ ସରକାର ଓ JSW ଗ୍ରୁପ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ଦ୍ବାରା ରାଜ୍ୟରେ ୧୧ହଜାର ନିଯୁକ୍ତି ସୃଷ୍ଟି ହେବ ।

ଭୁବନେଶ୍ୱର (କେନ୍ୟୁଜ): ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ । ଓଡ଼ିଶାରେ ବିଦ୍ୟୁତଚାଳିତ ଗାଡ଼ି ଓ ବ୍ୟାଟେରୀ କାରଖାନା ନିର୍ମାଣ କରିବ ଜେଏସଡବଲ୍ୟୁ ଗ୍ରୁପ । ଲୋକସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ରାଜ୍ଯ ସରକାର ଓ JSW ଗ୍ରୁପ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଇପିକଲ ଏମଡି ଭୂପିନ୍ଦର ସିଂ ପୁନିଆ ଓ ଜେଏସଡବ୍ଲ୍ୟୁ ପ୍ରକଳ୍ପ ମୁଖ୍ୟ ରଞ୍ଜନ ନାୟକ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ । ଓଡ଼ିଶାରେ jsw ଗ୍ରୁଫ ମେଗା ଇଲେକ୍ଟ୍ରିକ ଗାଡି ଏବଂ ବ୍ୟାଟେରୀ ପ୍ଲାଣ୍ଟ ସ୍ଥାପନ କରିବ । ନରାଜରେ ୯ଶହ ଏକର ଜମିରେ ଏହି ପ୍ଲାଣ୍ଟ ସ୍ଥାପନ ହେବ ।

ଏଥିପାଇଁ ୪୦ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ JSW ଗ୍ରୁପ । ଏହା ଦ୍ବାରା ରାଜ୍ୟରେ ୧୧ହଜାର ନିଯୁକ୍ତି ସୃଷ୍ଟି ହେବ । ଏହି କାରଖାନା ୩ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଆଗାମୀ ଅକ୍ଟୋବର ମାସରେ ଏହି କାରଖାନାର ଶିଳାନ୍ୟାସ ହେବ । ଏଠାରୁ ଉଭୟ ଯାତ୍ରୀବାହୀ ଏବଂ ବାଣିିଜ୍ୟିକ ଯାନ ଉତ୍ପାଦନ ହେବ । ନରାଜରେ ୯ଶହ ଏକର ଏବଂ ପାରାଦୀପରେ ୪ଶହ ଏକର ଜମି ସରକାର ଯୋଗାଇଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.