‘କାହାକୁ ମନରେ ଦ୍ୱନ୍ଦ୍ୱ ରଖିବାର ନାହିଁ, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ CAA’: ଗୃହମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନାଗରିକତା ସଂଶୋଧିନ ଅଧିନିୟମ (CAA)କୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ନେଇ ବିଜ୍ଞପ୍ତି ଜାରି କରାଯିବ ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରି ଦିଆଯିବ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନାଗରିକତା ସଂଶୋଧିନ ଅଧିନିୟମ (CAA)କୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ନେଇ ବିଜ୍ଞପ୍ତି ଜାରି କରାଯିବ ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରି ଦିଆଯିବ । ଅମିତ ଶାହ ଗତବର୍ଷ ଡିସେମ୍ବରରେ ନିଜର ପଶ୍ଚିମବଙ୍ଗ ଗସ୍ତ ସମୟରେ ଦାବି କରିଥିଲେ କି, ସିଏଏର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ ।

ସେ କହିଛନ୍ତି, ‘ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ସିଏଏ କୌଣସି ବି ବ୍ୟକ୍ତିର ନାଗରିକତା ଛଡ଼ାଇ ନେବ ନାହିଁ । ଏହାର ଉଦ୍ଦେଶ୍ୟ କେବଳ ଧାର୍ମିକ ଉତ୍ପୀଡ଼ନର ସାମ୍ନା କରୁଥିବା ପାକିସ୍ତାନୀ, ଆଫ୍‌ଗାନିସ୍ତାନୀ ଏବଂ ବାଂଲାଦେଶୀ ଉପସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା’ ।

ଗୃହମନ୍ତ୍ରୀ ଆହୁରି କହିଥିଲେ, ‘ସିଏଏ ବିରୋଧରେ ଆମ ମୁସଲମାନ ଭାଇମାନଙ୍କୁ ଭ୍ରମିତ ଏବଂ ଉତ୍ତେଜିତ କରାଯାଉଛି । ଏହା କେବଳ ସେହିମାନଙ୍କୁ ନାଗରିକତା ପ୍ରଦାନ କରିବ, ଯେଉଁମାନେ ପାକିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ବାଂଲାଦେଶରେ ଉତ୍ପୀଡ଼ନର ସାମ୍ନା କରିବା ପରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତ ଆସିଛନ୍ତି । ସିଏଏ ଦେଶର ଆଇନ । ୨୦୧୯ରେ ଏହି ଆଇନ ପାରିତ ହୋଇଥିଲା । ଏହି ସମ୍ବନ୍ଧରେ ନିୟମ ଜାରି ପରେ ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରାଯିବ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.