ଚାକିରି କରାଇ ଦେବା ନାଁରେ ଠକେଇ, ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଚାକିରି କରାଇ ଦେବା ଲୋଭ ଦେଖାଇ ଲୋକଙ୍କ ଠାରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ଦେବା ପରେ ଚାକିରି ନମିଳିବାରୁ ନିରାଶ ହୋଇ ଥାନାର ଦ୍ବାରସ୍ଥ ହେଲେ ଆଶାୟୀ ଓ ସେମାନଙ୍କ ପରିବାର ଲୋକ।

ବାଲେଶ୍ୱର(କେନ୍ୟୁଜ): ଚାକିରି କରାଇ ଦେବା ଲୋଭ ଦେଖାଇ ଲୋକଙ୍କ ଠାରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ଦେବା ପରେ ଚାକିରି ନମିଳିବାରୁ ନିରାଶ ହୋଇ ଥାନାର ଦ୍ବାରସ୍ଥ ହେଲେ ଆଶାୟୀ ଓ ସେମାନଙ୍କ ପରିବାର ଲୋକ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବସ୍ତା ଥାନା ବସନ୍ତପୁର ଗାଁର ଗୀତାରାଣୀ ଦତ୍ତ ଙ୍କ ପୁଅକୁ ଟାଟା ପାୱାର ରେ ଚାକିରି କରାଇ ଦେବାର ଲୋଭ ଦେଖାଇଥିଲା ନୀଳଗିରି ଥାନା ରାଜବରହମପୁର ଅଞ୍ଜଳର ସଞ୍ଜିବ କୁମାର ବେହେରା। ଚାକିରି କରାଇ ଦେବା ପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା ସଞ୍ଜୀବ। ଏଥିପାଇଁ ଗତ ମାର୍ଚ୍ଚ ମାସରେ ରୀତାରାଣୀଙ୍କ ପୁଅଙ୍କ ଠାରୁ ଅଗ୍ରୀମ ୬୦ ହଜାର ଟଙ୍କା ନେଇଥିଲେ।

ସେହିପରି ବେଲା ଗାଁର ହରିପଦ ଦେଙ୍କ ଠାରୁ ୬୦ହଜାର ଟଙ୍କା ଏବଂ ହରିପଦଙ୍କ କିଛି ସମ୍ପର୍କୀୟଙ୍କ ସମେତ ସିଂଲା, ବାଲିଆପାଳ,ଜଳେଶ୍ୱର,ରାଇବଣିଆ ଏବଂ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରୁ ଅନେକ ପିଲାଙ୍କ ଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇ ଚମ୍ପଟ ମାରିଛି ଠକ ସଞ୍ଜୀବ।ଗୋଟିଏ ବର୍ଷ ପରେ ଟଙ୍କା ଫେରସ୍ତ ମାଗିବାରୁ ସଞ୍ଜୀବ ଧମକାଉଥିବା ଅଭିଯୋଗ କରିଛନ୍ତି ଚାକିରି ଆଶାୟୀ। ଆଶାୟୀମାନେ ଗରିବ ପରିବାରର ହୋଇଥିବାରୁ ଟଙ୍କା ଫେରି ପାଇବାକୁ ଏବେ ଅମର୍ଦା ରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।