Below header

ଆସନ୍ତା ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଶ୍ରୀକ୍ଷେତ୍ରରେ ପହଁଚିଲାଣି ରଥ କାଠ

ଆସନ୍ତା ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏବେଠାରୁ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଜାନୁଆରୀ ୨ତାରିଖରେ ନୟାଗଡ଼ ବନଖଣ୍ଡର ମାଆ ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ସଂଗ୍ରହ ଆରମ୍ଭ କରାଯାଇଛି ।

ପୁରୀ(କେନ୍ୟୁଜ): ଆସନ୍ତା ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏବେଠାରୁ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଜାନୁଆରୀ ୨ତାରିଖରେ ନୟାଗଡ଼ ବନଖଣ୍ଡର ମାଆ ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ସଂଗ୍ରହ ଆରମ୍ଭ କରାଯାଇଛି ।

ଗତକାଲି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ଓ ଦଶପଲ୍ଲା ଆଦି ଦୁଇଟି ବନଖଣ୍ଡରୁ ୧୦୨ ଖଣ୍ଡ କାଠ। ବୋଝେଇ ତିନୋଟି ଟ୍ରକ୍ ରଥଖଳାରେ ପହଞ୍ଚିଛି । ଏଥିରେ ୫୨ଟି ୫୦ଫୁଟିଆ ଅସନ ଓ ୫୦ଟି ୧୨ଫୁଟିଆ ଧଉରା କାଠ ରହିଛି । ତେବେ ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ରଥ କାଠ ଆସି ପୁରୀରେ ପହଞ୍ଚିବ । ସେପଟେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ପାଇଁ ମୋଟ ୮୬୫ଖଣ୍ଡ କାଠ ଲାଗିଥାଏ । ଗତବର୍ଷ ୫୩ଖଣ୍ଡ ବଳକା ରହିଥିବାରୁ ଚଳିତବର୍ଷ ପାଇଁ ଆବଶ୍ୟକ ରହିଛି ୮୧୨ଖଣ୍ଡ କାଠ ।

ପ୍ରଥମ ପର୍ଯ୍ୟାୟରେ ୧୦୨ ଖଣ୍ଡ ଆସିଥିବାରୁ ଅବଶିଷ୍ଟ ୭୧୦ଖଣ୍ଡ କାଠ ପର୍ଯ୍ୟାୟକ୍ରମେ ରଥଖଳାକୁ ଆସିବ। ସେହିପରି ଆଗାମୀ ସରସ୍ଵତୀ ପୂଜାରେ ରଥ ଖଳାରେ ତିନୋଟି ଧଉରା କାଠକୁ ପାରମ୍ପରିକ ପୂଜା କରାଯିବ। ଶ୍ରୀମନ୍ଦିର ପୁରୋହିତ, ଗଜପତିଙ୍କ ରାଜଗୁରୁ ଚଳିତ ବର୍ଷ ର ରଥ କାଠ ଅନୁକୂଳ ପୂଜା କରିବେ । ତାପରେ ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେବାର ପରମ୍ପରା ରହିଛି।

ଚଳିତବର୍ଷ ରଥନିର୍ମାଣ ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ପ୍ରଥମ ପର୍ଯ୍ୟାୟ ରଥକାଠ ଆସି ପହଁଚି ସାରିଛି ଶ୍ରୀକ୍ଷେତ୍ରରେ। ଆସନ୍ତା ପବିତ୍ର ସରସ୍ୱତୀ ପୂଜା ଅବସରରେ ପୁରୀରେ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ହେବ । ରଥଖଳାରେ ୩ଟି ରଥ କାଠକୁ ରଖାଯାଇ ଏହି ଅନୁକୂଳ କାର୍ଯ୍ୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.