Below header

ପୋସ୍କୋକୁ ନା’ କିନ୍ତୁ ଜଗତସିଂହପୁରରେ ଏବେ JSW ଖୋଲୁଛି ଇସ୍ପାତ କାରଖାନା

ପାରାଦ୍ବୀପ: ପୋସ୍କୋ ପରେ ଏବେ ଜଗତସିଂହପୁର ଢିଙ୍କିଆ ନିକଟରେ JSW କରିବାକୁ ଯାଉଛି ଇସ୍ପାତ କାରଖାନା। ଏଥିପାଇଁ ୩ଟି ଖଣିର ମଞ୍ଜୁରୀ ମିଳିଥିବା ବେଳେ ଏବେ କେବଳ ଅପେକ୍ଷା ଆବଶ୍ୟକ ସ୍ଥାନ। ସେପଟେ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣୀ JSW ସପକ୍ଷରେ ଯାଇଥିବାବେଳେ ଏବେ ଖଣିର ମଞ୍ଜୁରୀକୁ ନେଇ ସପକ୍ଷବାଦୀଙ୍କ ମଧ୍ୟରେ ଖୁସିର ଲହରୀ। ସେପଟେ ବିପକ୍ଷବାଦୀ ପୁନର୍ବାର ବିରୋଧ କରିବେ ବୋଲି ଦେଇଛନ୍ତି ଚେତାବନୀ।

Image result for jsw steel plant

JSW ଷ୍ଟିଲ ପ୍ଲାଣ୍ଟ ପାଇଁ ଗଡ଼କୁଜଙ୍ଗରେ ଜନଶୁଣାଣୀ ସରିଥିବାବେଳେ ଖଣି ମଞ୍ଜୁରୀକୁ ମଧ୍ୟ ଗ୍ରୀନ ସିଗନାଲ ମିଳିସାରିଛି। ୨ ହଜାର ୯୫୮ ଏକର ଜମି ଉପରେ JSW ୭୧ ହଜାର କୋଟି ଟଙ୍କା ବ୍ୟୟରେ ଷ୍ଟିଲପ୍ଲାଣ୍ଟ, ସିମେଣ୍ଟ କାରଖାନା ଓ ପାୱାର ପ୍ଲାଣ୍ଟ କରିବା ପାଇଁ ଜନଶୁଣାଣୀ ସରିଥିବାବେଳେ ଏବେ ଖଣି ମଞ୍ଜୁରୀକୁ ନେଇ JSW ସପକ୍ଷବାଦୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଜିନ୍ଦଲ କମ୍ପାନୀ ହେଲେ ଅଞ୍ଚଳରେ ବେକାରୀ ସମସ୍ୟା ଦୂର ହେବା ସହ ପାରିପାର୍ଶ୍ୱିକ ଉନ୍ନତି ଓ ରାଜ୍ୟର ରାଜସ୍ୱ ବୃଦ୍ଧି ହେବବୋଲି ମତ ପ୍ରକାଶ ପାଇଛି।

ଢିଙ୍କିଆରେ ଏହାକୁ ନେଇ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ମହିଳାମାନେ ବିରୋଧ କରିବା ପାଇଁ ସଜବାଜ ଆରମ୍ଭ କରିଦେଇଛନ୍ତି । ସେମାନଙ୍କ କହିବା ଅନୁୟାୟୀ, JSW ଏକତରଫା ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀକୁ ନିଜ ସପକ୍ଷରେ କରିନେଇଛି। ସପକ୍ଷ ଓ ବିରୋଧ ମଧ୍ୟରେ କଣ ହେଉଛି JSWର ଭାଗ୍ୟ, ତାହା ସମୟ ହିଁ କହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.