ତାଳଚେର: ମନ୍ଦିର ଘଣ୍ଟିରେ ଝୁଲୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ତାଳଚେର(କେନ୍ୟୁଜ୍‌): ତାଳଚେର ଗୋଡିବନ୍ଧ ନିକଟସ୍ଥ ଶିବରାମପୁର ଗାଁ ଶିବମନ୍ଦିର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଏକଡାଳ ଗ୍ରାମର କାଳିଆ ବେହେରା। ଆଜି ସକାଳେ ମନ୍ଦିରର ପୂଜକ ପୂଜା ପାଇଁ ମନ୍ଦିର ଆସିବା ପରେ ବୃଷଭଙ୍କ ଉପରେ ବନ୍ଧା ହୋଇଥିବା ଘଣ୍ଟିରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ ଯୁବକଙ୍କୁ କେହି ମାରି ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.