ମହାକୁମ୍ଭ ୨୦୨୧: ଘୋଷଣା ହେଲା ଶାହି ସ୍ନାନ ତାରିଖ, ଜାଣନ୍ତୁ କେବେ ଅନୁଷ୍ଠିତ ହେଉଛି ଏହି ପବିତ୍ର ମେଳା

ହରିଦ୍ୱାରରେ ଆସନ୍ତାବର୍ଷ ହେବାକୁ ଥିବା ମହାକୁମ୍ଭ ମେଳାର ଶାହି ସ୍ନାନର ତାରିଖ ଘୋଷଣା ହୋଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ପ୍ରାୟ ଦୁଇ ଘଣ୍ଟା ଧରି ସାଧୁସନ୍ଥଙ୍କ ସହ ଆଲୋଚନା କରିବା ପରେ ଏହି ତିଥି ଘୋଷଣା କରିଛନ୍ତି।

Image result for kumbh mela

ଆଲୋଚନା ମୁତାବକ ପ୍ରଥମ ଶାହି ସ୍ନାନ ୧୧ ମାର୍ଚ୍ଚ ଅର୍ଥାତ୍‌ ମହାଶିବରାତ୍ରି ଦିନ ହେବ। ଦ୍ୱିତୀୟ ଶାହି ସ୍ନାନ ୧୨ ଏପ୍ରିଲ, ତୃତୀୟ ଶାହି ସ୍ନାନ ୧୪ ଏପ୍ରିଲ ଓ ଚତୁର୍ଥ ଶାହି ସ୍ନାନ ୨୭ ଏପ୍ରିଲରେ ଅନୁଷ୍ଠିତ ହେବ।

Image result for kumbh mela

ଏହି ସ୍ୱତନ୍ତ୍ର ବୈଠକରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ଵତଙ୍କ ସମେତ ଆଖଡ଼ା ପରିଷଦର ଅଧ୍ୟକ୍ଷ ଶ୍ରୀମହନ୍ତ ନରେନ୍ଦ୍ର ଗିରି, ମହାମନ୍ତ୍ରୀ ହରିଗିରି, ସହରୀ ବିକାଶ ମନ୍ତ୍ରୀ ମଦନ କୌଶିକ ମଧ୍ୟ ଉପସ୍ଥିତ ଥିଲେ।

Image result for haridwar kumbh mela 2021 meeting

ସୂଚନାଯୋଗ୍ୟ ଯେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭମେଳା ହରିଦ୍ୱାରର ଗଙ୍ଗା, ଉଜ୍ଜୟିନୀର ସିପ୍ରା, ନାସିକର ଗୋଦାବରୀ ଓ ଆହ୍ଲାବାଦର ତ୍ରିବେଣୀ ସଙ୍ଗମରେ ଆୟୋଜିତ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ବୃହସ୍ପତି କୁମ୍ଭ ରାଶିରେ ଓ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥାନ୍ତି, ସେତେବେଳେ ଏହି ମେଳା ଆୟୋଜିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.