Below header

ଆଜି ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ

କେନ୍ଯୁଜ୍: ଆଜି ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ । ସକାଳ ୧୦.୩୦ରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ଆଜି ଜଷ୍ଟିସ ରଥ ଶପଥ ନେଇଛନ୍ତି   । ପୁରୁଣା ହାଇକୋର୍ଟ ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି  ଜଷ୍ଟିସ ମହମ୍ମଦ ରଫିକ ଜଷ୍ଟିସ ସାବିତ୍ରୀ ରଥଙ୍କୁ ଶପଥ ପାଠ କରାଇଛନ୍ତି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶପଥ ପାଠ ଉତ୍ସବ ଅନୁଷ୍ଠିତ  କରାଯାଇଛି । ଏହି ଉତ୍ସବରେ ଅଳ୍ପ ସଂଖ୍ୟକ ହାଇକୋର୍ଟ କର୍ମଚାରୀ ଓ ବିଚାରପତି  ଯୋଗ ଦେଇଛନ୍ତି ।

କରୋନା କଟକଣା ଯୋଗୁ ଗଣମାଧ୍ୟମ ପ୍ରତିନିଧିଙ୍କୁ  ଉପସ୍ଥିତ ରହିବାକୁ   ଅନୁମତି ଦିଆଯାଇନାହିଁ । ହାଇକୋର୍ଟ ବାର ଆସୋସିଏସନ୍‌ର ସଦସ୍ୟମାନେ ଯେପରି ଏହାର ଲାଇଭ୍‌ ଟେଲିକାଷ୍ଟ ଦେଖିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ୧୫ ଜଣ ବିଚାରପତି ଅଛନ୍ତି । ସାବିତ୍ରୀ ରଥ ଦାୟିତ୍ୱ ନେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । କହିରଖିବା ଉଚିତ ହେବକି, ଓଡ଼ିଶା ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ । କିଛି ଦିନ ତଳେ ହିଁ ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.