Below header

ମୋ ବସରେ ଆରମ୍ଭ ହେଲା କ୍ୟାସଲେସ ଟିକେଟ ସେବା

ଭୁବନେଶ୍ବର(କେନ୍ଯୁଜ୍): ମୋ ବସରେ କ୍ୟାସଲେସ ଟିକେଟ ସେବା ଆରମ୍ଭ । କରୋନା ସଂକ୍ରମଣ ଭିତରେ ସାମାଜିକ ଦୂରତା ସହ ଡିଜିଟାଲ ପେମେଣ୍ଟକୁ ପ୍ରାଧାନ୍ୟ ଦେଇଛି କ୍ରୁଟ୍‌ । ସ୍ୱତନ୍ତ୍ର QR କୋଡକୁ ସ୍କାନ କରି ପେମେଣ୍ଟ କରିବେ ଯାତ୍ରୀ । ଏଥିପାଇଁ ବସର ଗାଇଡଙ୍କୁ ଏକ କାର୍ଡ ପ୍ରଦାନ କରାଯାଇଛି । ଯାହାଦ୍ୱାରା ସହଜ ଓ ସୁବିଧାରେ ଖୁଚୁରା କିମ୍ବା ନୋଟ ନେଣଦେଣ ନକରି ପେମେଣ୍ଟ କରିହେବ ।

ସୂଚନା ମୁତାବକ ଏହି ସେବା ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୬ ଓ ୨୦ ନମ୍ବର ରୁଟରେ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଆଗାମୀ ଦିନରେ ସମସ୍ତ ରୁଟ୍‌ରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଥିବା କ୍ରୁଟ୍‌ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.