Below header

ପୁରୀ ବାସେଳିସାହି ଥାନା ହାଜତରେ କେ.ରମେଶଙ୍କ ମୃତ୍ୟୁ ହାଜତ ମୃତ୍ୟୁ ନୁହେଁ: ହାଇକୋର୍ଟ

ପୁରୀ(କେନ୍ଯୁଜ୍): ପୁରୀ ବାସେଳିସାହି ଥାନା ହାଜତରେ କେ.ରମେଶଙ୍କ ମୃତ୍ୟୁ ହାଜତ ମୃତ୍ୟୁ ନୁହେଁ । ଜେଏମଏଫସିଙ୍କ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ହାଇକୋର୍ଟରେ କେ ରମେଶଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଦୁଇଟି ଜନସ୍ୱାର୍ଥ ମାମଲାରେ ପୂର୍ଣଛେଦ ଦେଇଛନ୍ତି ହାଇକୋର୍ଟ । ଜେଏମଏଫସିଙ୍କ ରିପୋର୍ଟର ନକଲ ମୃତ କେ.ରମେଶଙ୍କ ବାପା ଓ ମା ଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ରିପୋର୍ଟର ନକଲ ପାଇବା ପରେ କେ.ରମେଶଙ୍କ ବାପା ମା ଚାହିଁଲେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବେ ।

ପୁରୀ ଜେଏମ୍‌ଏଫସିଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୨ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ପ୍ରମାଣକୁ ଆଧାର କରି ଜେଏମଏଫସି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ମାମଲାର ଶୁଣାଣି ସମୟରେ ଏହି ରିପୋର୍ଟ ଖୋଲାଯାଇଥିଲା । ଏସମ୍ପର୍କିତ ସମସ୍ତ ଷ୍ଟାଟସ ରିପୋର୍ଟ ହାଇକୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ନିକଟରେ ରହିବ ବୋଲି ହାଇକୋର୍ଟ କହିଛନ୍ତି। ଶରତ କୁମାର ରାୟଗୁରୁ ଓ ଗୋପାଳକୃଷ୍ଣ ପଣ୍ଡାଙ୍କ ପକ୍ଷରୁ ଦୁଇଟି ପୃଥକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.