Below header

ଆସନ୍ତା ମାସରେ ଭାରତକୁ ମିଳିପାରେ ଶିଶୁଙ୍କ କୋଭିଡ୍ ଟିକା, ସୂଚନା ଦେଲା ଆଇସିଏମ୍ଆର

ନୂଆଦିଲ୍ଲୀ : ଆସନ୍ତା ମାସରେ ଭାରତକୁ ମିଳିପାରେ ଶିଶୁଙ୍କ କୋଭିଡ୍ ଟିକା । ଆଇସିଏମ୍ଆରର ପୁନେ ସ୍ଥିତ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶକ ପ୍ରିୟ ଆବ୍ରାହମ୍ ଏହି ସୂଚନା ଦେଇଛନ୍ତି ।

ଏକ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେଇ କହିଛନ୍ତି, ଶିଶୁଙ୍କ ପାଇଁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କୋଭାକ୍ସିନ୍ ଟିକା ଟ୍ରାଏଲ ଚାଲିଛି । ୨ ରୁ ୧୮ ପିଲାଙ୍କ ପାଇଁ ଏହି ଟିକା ଟ୍ରାଏଲ ହେଉଛି । ଖୁବ୍ ଶୀଘ୍ର ଟ୍ରାଏଲ ଫଳାଫଳ ଆସିପାରେ ।

ତେଣୁ ସେପଟେମ୍ବର କିମ୍ବା ସେପଟେମ୍ବରର ଠିକ୍ ପରେ ପରେ ଭାରତକୁ ଶିଶୁଙ୍କ କୋଭିଡ୍ ଟିକା ମିଳିଯିବ ବୋଲି ଆଶା ପ୍ରକାଶ ପାଇଛି । ଅନ୍ୟ ଏକ ସ୍ୱଦେଶୀ ଟିକା ମଧ୍ୟ ଭାରତକୁ ମିଳିବ ।

ଜାଇଡସ୍ କାଡିଲା କମ୍ପାନୀର ଜିକୋଭ୍ ଡି ଟିକାର ମଧ୍ୟ ଟ୍ରାଏଲ ଚାଲିଛି । ଜରୁରୀ ବ୍ୟବହାର ଅନୁମତି ପାଇଁ ଜାଇଡସ୍ କାଡିଲା ଖୁବ୍ ଶୀଘ୍ର ଅନୁମତି ମାଗିପାରେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.