କୋରାପୁଟ କଂଗ୍ରେସରେ କନ୍ଦଳ: ନାଲି ଆଖି ଦେଖାଇଲେ ବାହିନୀପତି ଦମ୍ପତ୍ତି

କୋରାପୁଟ(କେନ୍ଯୁଜ୍): କୋରାପୁଟ କଂଗ୍ରେସରେ କନ୍ଦଳ। ନାଲି ଆଖି ଦେଖାଇଲେ ବାହିନୀପତି ଦମ୍ପତ୍ତି। ସମ୍ମାନ ଫେରି ନ ପାଇଲେ ବିଧାୟକ ପଦରୁ ଇସ୍ତଫା ଦେବି ବୋଲି ଧମକ ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ସେପଟେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି କହିଛନ୍ତି, କୋରାପୁଟ କଂଗ୍ରେସ ଦଳରେ କିଛି ଠିକ ଚାଲିନାହିଁ। କହିଛନ୍ତି, ସଂଗଠନକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହେଉଛି। ଏଭଳି ହେଲେ ସେ ଦଳ ଛାଡିବେ।

ଉଭୟ ତାରା ଓ ମିନାକ୍ଷୀ ପିସିସି ସଭାପତି ଏବଂ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ କନ୍ଦଳ ପାଇଁ ଦାୟୀ କରିଛନ୍ତି। ଉଭୟଙ୍କ ଅଭିଯୋଗ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେଶିକାଙ୍କୁ କୌଣସି ଦଳୀୟ କର୍ମୀ ଦଳରେ ଚାହୁଁନାହାନ୍ତି। କିନ୍ତୁ ସାଂସଦଙ୍କ ଚାପରେ ପିସିସି ତାଙ୍କୁ କୁଲେଶିକାଙ୍କୁ ପ୍ରଶ୍ରୟ ଦେଉଥିବା କହିଛନ୍ତି ତାରା ପ୍ରସାଦ ବାହିନୀପତି। ସେଥିରେ କୈଳାଶ କୁଲେଶିକାକୁ ମଂଚରେ ବସିବାକୁ ଦିଆଯାଇଥିଲା। କିନ୍ତୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବାରୁ କ୍ଷୁବ୍ଧ ଅଛନ୍ତି ଉଭୟ ତାରା ଓ ମୀନକ୍ଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.