‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ଭାବେ ମନୋନୀତ

ଭୁବନେଶ୍ୱର(କେ ନ୍ୟୁଜ):  ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି । ଜାତୀୟ ସ୍ତରରେ ଲେଖକ ଓ ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ‘Writers and Journalist Association’ ବା “ୱାଜା ଇଣ୍ଡିଆ” ର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ ହୋଇଛନ୍ତି। ଅନୁଷ୍ଠାନର ଜାତୀୟ ସ୍ତରୀୟ କମିଟିର ନିଷ୍ପତ୍ତି ଅନୁସାରେ, ୱାଜା ଇଣ୍ଡିଆର ଜାତୀୟ ମହାସଚିବ ଶିବେନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ଏ ସଂପର୍କିତ ମନୋନୟନ ପତ୍ର ନୂଆଦିଲ୍ଲୀ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି। କହିରଖିବା ଉଚିତ ହେବକି ରାଷ୍ଟ୍ରୀୟ ଏକକୀକରଣ ଏବଂ ବିଭିନ୍ନ ଭାଷା ସାହିତ୍ୟର ବିକାଶକୁ ପ୍ରାଧାନ୍ୟ ଦେଇ ଲେଖକ ଓ ସାମ୍ବାଦିକମାନଙ୍କୁ ଗୋଟିଏ ମଞ୍ଚରେ

iti samanta

ଏକତ୍ର କରିବାର ଲକ୍ଷ୍ୟରେ ‘‘Writers and Journalist Association’କୁ ସୃଷ୍ଟି କରାଯାଇଥିଲା । ବିଭିନ୍ନ ରାଜ୍ୟରେ ଏହି ସଂଗଠନ ବେଶ୍‌ ସକ୍ରିୟତାର ସହ କାର୍ଯ୍ୟ କରୁଛି । ସାହିତ୍ୟ ଓ ସାମ୍ବାଦିକତାର ଏଭଳି ଏକ ମହତ୍ୱପୂର୍ଣ୍ଣ ଜାତୀୟ ସଂଗଠନର ଓଡ଼ିଶା ଶାଖାର ଅଧ୍ୟକ୍ଷା ଭାବରେ ଡ. ଇତି ସାମନ୍ତଙ୍କ ମନୋନୟନକୁ ବିଭିନ୍ନ ବର୍ଗରେ ସ୍ୱାଗତ କରାଯାଇଛି । ଡ. ଇତି ସାମନ୍ତଙ୍କ ଅଧ୍ୟକ୍ଷତାରେ ‘ୱାଜା ଓଡ଼ିଶା’ ବେଶ୍‌ ପ୍ରଭାବଶାଳୀ କାର୍ଯ୍ୟ କରିବ ବୋଲି ମଧ୍ୟ ଏହାର କେନ୍ଦ୍ରୀୟ ସଂଗଠନ ଆଶା ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.