ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ: ଜାଣନ୍ତୁ କେଉଁ ଜିଲ୍ଲାର SP ବଦଳିଲେ

କେନ୍ୟୁଜ୍(ବ୍ୟୁରୋ):  ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ । ଅଖିଳେଶ୍ୱର ସିଂ ହେଲେ ଜଗତସିଂହପୁର ଏସ୍‌ପି । ସେ ଏସଓଜିରେ କମାଣ୍ଡାଣ୍ଟ ଥିଲେ । ସେହିପରି ଜଗତସିଂହପୁର ଏସ୍‌ପି ଥିବା ପ୍ରକାଶ ଆର୍‌ଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ମୟୂରଭଞ୍ଜ ଏସ୍‌ପି ପି.ଏସ୍‌ ପର୍ଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ବଦଳି କରାଯାଇଛି । ରାହୁଲ ଜୈନ -ବରଗଡ଼ ଏସ୍‌ପି ଭାବେ ଦାୟିତ୍ୱ ତୁଲାଇବେ । ସେ ନୂଆପଡ଼ାର ଏସ୍‌ପି ଥିଲେ ।

ସେହିପରି ନୂଆପଡ଼ା ଏସ୍‌ପି ଭାବେ ପ୍ରତ୍ୟୁଷ ଦିବାକର ବଦଳି ହୋଇଛନ୍ତିି । ନବରଙ୍ଗପୁର ଏସ୍‌ପି ଥିବା ପି.ଏସ୍‌ ମୀନାଙ୍କୁ ମାଲକାନଗିରି ଏସ୍‌ପି ଭାବେ ବଦଳି କରାଯାଇଛି । ମୟୂରଭଞ୍ଜ ଏସ୍‌ପି ହେଲେ କେ.ଆର ଦ୍ୟାନଦେଓ । ସେ ମାଲକାନଗିରି ଏସ୍‌ପି ଥିଲେ । କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିବା ପରେ ପୋଲିସ ହେଡକ୍ୱାର୍ଟର ଆଇଜିପି ଭାବେ ଦାୟିତ୍ୱ ସମ୍ଭାଳିବେ ଏସ୍‌. ଦେବଦତ୍ତ ସିଂହ ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.