ତେଲ ଭାଜି ଯେତେ ଖାଇଲେ ବି ହେବେ ନାହିଁ ମୋଟା, ଖାଇବା ପରେ ବାସ୍‌ ଆପଣାନ୍ତୁ ଏହି ଟିପ୍ସ

ଅଧିକାଂଶ ଲୋକ ଓଜନ ବଢ଼ିଯିବା ଡରରେ ଇଚ୍ଛା ଥିଲେ ବି ତେଲ ଭାଜି ବା ଅଏଲି ଫୁଡ୍ସ ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଟିପ୍ସ ଦେବୁ । ଆପଣ ଯେତେ ଅଏଲି ଫୁଡ୍‌ ଖାଇଲେ ବି ଆଦୌ ମୋଟା ହେବେ ନାହିଁ ।

ବର୍ଷା ଦିନରେ ତେଲ ଭାଜି ଖାଇବାକୁ ଭାରି ମଜା ଲାଗେ । ଗରମା ଗରମ ପକୋଡି, ସମୋସା, ବ୍ରେଡ ପକୋଡି ଦେଖିଲେ ପାଟିରୁ ଲାଲ ବୋହିଯାଏ । ହେଲେ ମୋଟା ହେବା ଭୟରେ ଆମେ ସେସବୁ ଜିନିଷ ଖାଇବାକୁ ଡରିଥାଉ । ହେଲେ ଆପଣ ଯେତେ ଇଚ୍ଛା ତେଲ ଭାଜି ଖାଆନ୍ତୁ ବାସ୍‌ ଆପଣଙ୍କୁ ଛୋଟ କାମଟିଏ କରିବାକୁ ହେବ ।

ଗରମ ପାଣି :

ଆପଣ ଏକ ନିୟମ ବନାଇ ଦିଅନ୍ତୁ ଯେ ସମୋସା ଓ ପକୋଡି ଭଳି ଅଏଲି ଫୁଡ୍‌ ଖାଇବାର ୧୫ ରୁ ୨୦ ମିନିଟ ପରେ ୧ ଗ୍ଲାସ ହାଲ୍‌କା ଉଷୁମ ପାଣି ପିଅନ୍ତୁ । ଏମିତି କରିବା ଦ୍ୱାରା ଅଏଲ ଫୁଡ ସହଜରେ ହଜମ ହେବ ଓ ପାଚନ ତନ୍ତ୍ର ମଜଭୁତ ହେବ । ଗରମ ପାଣି ଯୋଗୁ ଶରୀରରେ ଜମା ହେଉଥିବା ଅଧିକ ଫ୍ୟାଟ ଅଂଶ କମିଯାଇଥାଏ ।

green tea

ଗ୍ରୀନ ଟି :

ଯଦି ଆପଣ ଅଏଲି ଫୁଡ୍‌ ଖାଉଛନ୍ତି ତେବେ ଖାଇବା ପରେ ଗ୍ରୀନ୍‌ ଟି ପିଅନ୍ତୁ । ଏହାଦ୍ୱାରା ଫ୍ୟାଟ୍‌ ଜମା ହେବନାହିଁ ଓ ଖାଦ୍ୟ ଶୀଘ୍ର ହଜମ ହୋଇଯିବ । ଆପଣ ଲେମନ ଟି ବି ପିଇ ପାରିବେ ।

ଡିଟକ୍ସ ଡ୍ରିଙ୍କ୍‌ :

ତେଲ ଭାଜି ଖାଇବ ପରେ ଶରୀରକୁ ଡିଟକ୍ସ କରିବା ଦରକାର । ଯାହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯିବ । ଏଥିପାଇଁ ତେଲ ଭାଜି ଖାଇବାର ୧୦ ରୁ ୧୫ ମନିଟ ପରେ ଗରମ ପାଣିରେ ଗୋଟିଏ ଲେମ୍ବୁର ରସ ମିଶାଇ ପିଅନ୍ତୁ ।

fresh fruits

ଫ୍ରେସ୍‌ ଫ୍ରୁଟ୍ସ :

ତେଲ ଭାଜି ଖାଇବା ପରେ ଆପଣ ତାଜା ଫଳ ବି ଖାଇ ପାରିବେ । ଫଳ ଖାଇବା ପରେ ଅଏଲି ଖାଦ୍ୟ ଯୋଗୁ ହେଉଥିବା କ୍ଷତି କମ୍‌ ହୋଇଥାଏ । ଫଳ ଖାଇବା ଦ୍ୱାରା ହଜମ ଠିକ୍‌ ହୋଇଥାଏ ଏବଂ ଓଜନ ବି କମିଥାଏ । ତେଣୁ ତେଲ ଭାଜି ଖାଇବାର ୧୫ ରୁ ୨୦ ମିନିଟ ପରେ ଆପଣ କିଛି ବି ତାଜା ଫଳ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.