Below header

ବୟସ ଯେତେ ବଢ଼ୁଛି ସେତେ ସୁନ୍ଦର ଲାଗୁଛନ୍ତି ବଲିଉଡର ଏହି ଅଭିନେତ୍ରୀମାନେ, ଦେଖନ୍ତୁ ଫଟୋ

ବଲିଉଡର ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମରେ ଏଣ୍ଟ୍ରି କରିବା ଠାରୁ ଆଜି ଯାଏ ତାଙ୍କର ସୌନ୍ଦର୍ଯ୍ୟକୁ କାଏମ ରଖିଛନ୍ତି । ସତେ ଯେପରି ବୟସ ଏମାନଙ୍କ ପାଖରେ ହାର ମାନିଯାଇଛି ।

ବୟସ ବଢ଼ିବା ସଂଗେ ସଂଗେ ଏହି ଅଭିନେତ୍ରୀମାନଙ୍କର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ିବାରେ ଲାଗିଛି । ଆପଣ ଏଭରଗ୍ରୀନ୍‌ ଅଭନେତ୍ରୀ ରେଖାଙ୍କ କଥା କୁହନ୍ତୁ ବା କରିସ୍ମା କିମ୍ବା ମାଧୁରୀ । ଏମାନେ ନିଜର ବୟସ ଯେତେ ବଢ଼ୁଛି ସେତେ ସୁନ୍ଦର ଲାଗୁଛନ୍ତି । ଆସନ୍ତୁ ଜାଣିବା ଏହି ଏଭରଗ୍ରୀନ୍‌ ଅଭିନେତ୍ରୀଙ୍କ ବିଷୟରେ ।

karisma
photo credit: abplive.com

କରିସ୍ମା କପୁର :

୯୦ ଦଶକର ଅଭିନେତ୍ରୀ କରିସ୍ମା କପୁରଙ୍କ ବିଷୟରେ କୁହାଯାଏ ଯେ ବୟସ ବଢ଼ିବା ସହ ତାଙ୍କର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ି ଚାଲିଛି । ୪୬ ବର୍ଷ ବୟସ୍କା କରିସ୍ମା ତାଙ୍କର କ୍ୟାରିଅର ଆରମ୍ଭ ବେଳେ ଯେମିତି ଦିଶୁଥିଲେ ଏବେ ବି ସେମିତି ଦିଶୁଛନ୍ତି ।

malaika
photo credit: abplive.com

ମଲାଇକା ଅରୋଡା :

ଅଭିନେତ୍ରୀ ମଲାଇକା ଅରୋଡାଙ୍କର ପରିଚୟ ହିଁ ତାଙ୍କର ଫିଟନେସ୍‌ । ମଲାଇକା ୧୮ ବର୍ଷ ବୟସ୍କା ଅହରାନଙ୍କ ମା’ । ତାଙ୍କୁ ଦେଖିଲେ କେହି କହିବେନି ଯେ ତାଙ୍କୁ ୪୭ ବର୍ଷ ବୟସ ହେଲାଣି ବୋଲି ।

madhuri
photo credit: abplive.com

ମାଧୁରୀ ଦୀକ୍ଷିତ :

ମାଧୁରୀଙ୍କ ବୟସ ଏବେ ୫୫ ବର୍ଷ । ତାଙ୍କୁ ଦେଖିଲେ କେହି କହିପାରିବେନି ଯେ ସେ ଦୁଇଟି ସନ୍ତାନର ମା’ ବୋଲି । ୧୯୮୪ ରେ କରିସ୍ମା ‘ଅବୋଧ’ ଫିଲ୍ମରୁ ଡେବ୍ୟୁ କରିଥିଲେ । ମାଧୁରୀଙ୍କ ସୌନ୍ଦର୍ଯ୍ୟ ୨୦୨୧ ରେ ବି କାଏମ ରହିଛି ।

rekha
photo credit: abplive.com

ରେଖା :

ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଅଭିନେତ୍ରୀ ରେଖା । ବଲିଉଡର ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ଏବେ ୬୬ ବର୍ଷ । ହେଲେ ତାଙ୍କୁ ଦେଖିଲେ ଲାଗିବ ଯେମିତି ବୟସ ତାଙ୍କ ନିକଟରେ ଅଟକି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.