Below header

ମନରେଗାରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି ରୋଜଗାର ଯୋଗାଇ ଦିଅ: ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ମନରେଗାରେ ଅଧିକ ଶ୍ରମ ଦିବସ ସୃଷ୍ଟି କରି ରୋଜଗାର ଯୋଗାଇ ଦିଅ। ଜିଲ୍ଲା ପ୍ରଶାସନକୁ ଏ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମନରେଗାରେ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କରିଛନ୍ତି। ଏପ୍ରିଲ, ମେ ଓ ଜୁନ ମାସ ପାଇଁ ପ୍ରତି ଦିନର ମଜୁରୀ ସହିତ ପ୍ରତି ହିିତାଧିକାରୀଙ୍କୁ ମିଳିଲା ଅତିରିକ୍ତ ୫୦ ଟଙ୍କାର ସାହାଯ୍ୟ। ଏହାଦ୍ୱାରା ପ୍ରତି ଶ୍ରମିକ ୪ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରୀ ପାଇଛନ୍ତି। ଉପକୃତ ହୋଇଛନ୍ତି ୩୨ ଲକ୍ଷରୁ ଅଧିକ ଶ୍ରମିକ ।

ଖର୍ଚ୍ଚ ହୋଇଛି ୩୫୨ କୋଟି ଟଙ୍କା। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସହାୟତା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଅଧିକ ସନ୍ତୋଷ ଦେଇଥାଏ। ପୂର୍ବରୁ କୋଭିଡ୍‌ର ଦ୍ୱିତୀୟ ଲହରରେ ଗରିବ ଲୋକଙ୍କ ଅସୁବିଧା ଦୂର କରିବାକୁ ୧୬୯୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଥିରେ ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କାର ସହାୟତା ରହିଛି। ମନରେଗାରେ ଗତ ବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଛି। ମୋଟ ୨୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.