ଆଜି ରାଜ୍ୟରେ ୩୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଧିରେ ଧିରେ କମୁଛି ସଂକ୍ରମଣ ବଢୁଛି ସୁସ୍ଥତା ହାର। ଆଜି ରାଜ୍ୟରେ ୩୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ହଜାର ୫୧୯ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୯୭, ଯାଜପୁରରୁ ୨୧୦, ପୁରୀରୁ ୧୮୧, କେନ୍ଦ୍ରାପଡ଼ାରୁ ୧୭୮, ଜଗତସିଂହପୁରରୁ ୧୭୭, ଭଦ୍ରକରୁ ୧୭୬, ମୟୂରଭଂଜରୁ ୧୪୩ ଓ ନୟାଗଡ଼ରୁ ୧୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ମାଲକାନଗିରିରୁ ୯୮, ଅନୁଗୁଳ ଏବଂ କେନ୍ଦୁଝରରୁ ୯୪ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬୭, ଢେଙ୍କାନାଳ ଏବଂ ରାୟଗଡ଼ାରୁ ୫୭ ଜଣ ଲେଖାଏଁ, କେରାପୁଟରୁ ୫୨, ବୌଦ୍ଧରୁ ୪୨, ବରଗଡ଼ରୁ ୨୯, ସମ୍ବଲପୁର ଏବଂ ସୁବର୍ଣ୍ଣପୁରରୁ ୨୬ ଜଣ ଲେଖାଏଁ, କନ୍ଧମାଳରୁ ୨୫, ବଲାଙ୍ଗୀର ଏବଂ ନବରଂଗପୁରରୁ ୨୧ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୧, ଗଜପତି ଏବଂ ଗଂଜାମରୁ ୯ ଜଣ ଲେଖାଏଁ, ନୂଆପଡ଼ାରୁ ୭, ଦେବଗଡ଼ରୁ ୫ ଜଣ ଏବଂ ରାଜ୍ୟପୁଲରୁ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.