Below header

ରାୟଗଡ଼ାରେ କାଦମ୍ବିନୀର ରାୟଗଡ଼ା ସ୍ୱତନ୍ତ୍ର ଉନ୍ମୋଚନ, ସାହିତ୍ୟମୟ ହୋଇ ଉଠିଲା ରାୟଗଡ଼ା ଜିଲ୍ଲା

ଜୟପୁର(କେନ୍ୟୁଜ୍):   ମାସିକ ପାରିବାରିକ ସାହିତ୍ୟ ପତ୍ରିକା କାଦମ୍ବିନୀର, ରାୟଗଡ଼ା ସ୍ୱତନ୍ତ୍ର ଉନ୍ମୋଚନ ସହ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲା ଆଜି ସାହିତ୍ୟମୟ ହୋଇ ଉଠିଥିଲା। କାଦମ୍ବିନୀର ସମ୍ପାଦିକ ଡ. ଇତି ସାମନ୍ତ ଏହି ସାହିତ୍ୟ ଉତ୍ସବକୁ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓ। ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଓ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। କାଦମ୍ବିନୀ ରାୟଗଡ଼ା ସ୍ୱତନ୍ତ୍ରର ପ୍ରଚ୍ଛଦପଟ୍ଟରେ ସ୍ଥାନ ପାଇଛନ୍ତି ରାୟଗଡ଼ାର ଝିଅ ଅନୁରାଧା ପାଣିଗ୍ରାହୀ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାହିତ୍ୟିକ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.