ମୋ ବସର ବର୍ଷେ ପୂରଣରେ ସାଧାରଣ ଲୋକଙ୍କ ସହ ବସ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀ ଉଠାଇଲେ ସେଲଫି

ଭୁବନେଶ୍ବର(କେନ୍ୟୁଜ୍):  ମୋ ବସରେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ମୋ ବସରେ ବସି ଏୟାରପୋର୍ଟ ଛକ ଠାରୁ ଜୟଦେବ ଭବନ ଯାଏଁ ଆସିଥିଲେ । ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଭଳି ଟିକେଟ କାଟିବା ସହ ଜୟଦେବ ଭବନ ଯାଏଁ ଆସିଥିଲେ । ବସରେ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ଯାତ୍ରୀ ସେଲଫି ନେଇଥିଲେ । ଅଟୋଗ୍ରାଫ ବି ଦେଇଥିଲେ । ଏହାକୁ ନେଇ ଯାତ୍ରୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୋ ବସରେ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଆସିଥିଲେ । ସେଠାରେ ପହଞ୍ଚିଲା ପରେ କ୍ରୁଟର ସିଏମଡି ଅରୁଣ ବୋଥ୍ରା ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ ।

mo bus naveenମୋ ବସର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ବସ ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଉଛି ।ଏହି ସଫଳତା ପାଇଁ ଆପଣମାନଙ୍କୁ ବହୁ ଅଭିନନ୍ଦନ । ଦିନକୁ ଦିନ ସହରରେ ଜନ ସଂଖ୍ୟା ବୃଦ୍ଧି ସହ ବାୟୁ ପ୍ରଦୂଷଣ ମଧ୍ୟ ବଢୁଛି । ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ । ମୋ ବସ ସେବାକୁ ଆମେ ମଡେଲ ଟ୍ରାନସପୋର୍ଟ ସର୍ଭିସ ଭାବେ ଗଢିପାରିଛୁ । ମୋର ବିଶ୍ୱାସ ଆମେ ଜନସାଧାରଣଙ୍କୁ ଅନ୍ୟ ମେଟ୍ରୋ ସିଟି ଠାରୁ ଭଲ ସେବା ଦେଇପାରିବା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମ ସେବା ଯୋଗାଇଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରିଥିଲେ । ଗତବର୍ଷ ନଭେମ୍ବର ୬ ତାରିଖରେ ସ୍ମାର୍ଟ ସିଟିରେ ଆରମ୍ଭ ହୋଇଥିଲା ମୋ ବସ ସେବା । ମୋ ବସରେ ପାଖାପାଖି ୪୮୦ ଜଣ କର୍ମଚାରୀ ଓ ପାଖାପାଖି ୧୨୦ ଜଣ ମହିଳା କଣ୍ଡକ୍ଟର କାମ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.