Below header

କାକଟପୁର ମା ମଙ୍ଗଳା ମନ୍ଦିରରେ ଲାଗିଲା ନୋଟିସ୍‌: ସେବାୟତମାନେ କୌଣସି ଯାତ୍ରୀଙ୍କୁ ନିଜ ସହିତ ମନ୍ଦିର ଭିତରକୁ ନେଇ ପାରିବେ ନାହିଁ

ପୁରୀ: କାକଟପୁର ମା ମଙ୍ଗଳା ମନ୍ଦିରରେ ଲାଗିଲା ନୋଟିସ୍‌ । ସେବାୟତମାନେ କୌଣସି ଯାତ୍ରୀଙ୍କୁ ନିଜ ସହିତ ମନ୍ଦିର ଭିତରକୁ ନେଇ ପାରିବେ ନାହିଁ । ଅତି ଆବଶ୍ୟକ ନହେଲେ ଏକାଧିକ ଭକ୍ତ ଭିତରେ କିମ୍ବା ବାହାରେ ଏକତ୍ରିତ ହୋଇପାରିବେ ନାହିଁ । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ଝାମୁଯାତ୍ରା ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ କଟକଣା ଲଗାଇଥିବାରୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଆଙ୍କ ମନ୍ଦିରରେ ପାରମ୍ପରିକ ରୀତିରେ ପୂର୍ଜର୍ଚ୍ଚନା ଚାଲିବା ସହ ଭକ୍ତଙ୍କ କିଭଳି ଅଧିକ ସମାଗମ ନହେବ, ସେଥିପାଇଁ ଡାକବାଜି ଯନ୍ତ୍ର ସାହାହ୍ୟରେ ସଚେତନ କରାଯାଉଥିବା କହିଛନ୍ତି କାକଟପୁର ତହସିଲଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.