Below header

Flipkartରେ ଆରମ୍ଭ ହେବାକୁ ଯାଉଛି ବିଗ ସେଲ, ସ୍ମାର୍ଟଫୋନ ସହିତ ଏହିସବୁ ଜିନିଷରେ ମିଳିବ ଭାରି ଡ଼ିସକାଉଣ୍ଟ

ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେଉଛି Flipkart Big Shopping Days Sale ଯାହାକି ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ମୋବାଇଲଠୁ ନେଇ TV appliances, ଇଲେକ୍ଟ୍ରୋନିକ୍ସ ଏବଂ ଫ୍ୟାଶନ କାଟାଗୋରିରେ ଭାରି ମାତ୍ରାରେ ଡ଼ିସକାଉଣ୍ଟ ମିଳିବ । ଫ୍ଲିପକାର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସେଲରେ Electronics & Accessories ସେକ୍ସନର ୩ କୋଟିରୁ ଅଧିକ ପ୍ରଡକ୍ଟ ଉପଲବ୍ଧ କରାଯିବ । ତେବେ ଏହା ଉପରେ ନୋ-ଫାଷ୍ଟ EMI ଏବଂ ଏକ୍ସଚେଞ୍ଜ ଅଫର ବି ଦିଆଯାଉଛି । ତେବେ ସ୍ମାର୍ଟଫୋନ ସେକ୍ସନରେ ଆପଣ Realme, Xiaomi, Vivo, Samsung ଏବଂ iPhone ମଧ୍ୟ ବହୁତ କମ ଦାମରେ କିଣିପାରିବେ ।

ଏହି ସେଲରେ Realme 5 Proର ପ୍ରାରମ୍ଭିକ ଦର ୧୧,୯୯୯ ଟଙ୍କା ରହିବ । ଯାହାକି 4GB ରାମ ସହିତ 64GB ଷ୍ଟୋରେଜ ଏବଂ ବ୍ୟାକରେ ୪ଟି କ୍ୟାମେରା ସେଟଅପ ରଖିଥାଏ । ଏହାସହିତ ଆପଣ Samsung S9କୁ ୨୧,୯୯୯ ଟଙ୍କାରେ କିଣିପାରିବେ ଏବଂ Vivo Z1x ମାତ୍ର ୧୩,୯୯୦ ଟଙ୍କାରେ କିଣାଯାଇପାରିବ । ଏହି ସେଲରେ ଏକ୍ସଟ୍ରା ଡ଼ିସକାଉଣ୍ଟ ଭାବେ ‘Dhamaka Deals’, ‘Rush Hours’ ଏବଂ ‘Price Crash’ ଡ଼ିଲ ଉପଲବ୍ଧ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.