କରୋନାରୁ ବଞ୍ଚିବା ପାଇଁ ଲଣ୍ଡନର ଟ୍ୟାକ୍ସି ଡ୍ରାଇଭର କରୁଛନ୍ତି ଏପରି କାମ, ଭିଡିଓ ହେଉଛି ଭାଇରାଲ

କରୋନା ଯୋଗୁଁ ସମଗ୍ର ବିଶ୍ୱରେ ଆତଙ୍କ। ଲୋକେ ଘରୁ ବାହାରିବା ଡରୁଛନ୍ତି। ଏୟାରପୋର୍ଟ, ରେଲେଓ୍ଵ ଷ୍ଟେସନ ଏବଂ ଜନସାଧାରଣ ସ୍ଥାନରେ ଚେକିଂ ମଧ୍ୟ ଚାଲିଛି। ଚୀନ ଏବଂ ଇଟାଲୀରେ ଏହି ଭାଇରସ ଥମିବାରେ ନାଁ ଧରୁନି। ଭାରତରେ ମଧ୍ୟ ଏହି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଭାରତର ୧୫ଟି ରାଜ୍ୟରେ କରୋନା ପ୍ରବେଶ କରିସାରିଲାଣି। ଏଭଳି ପରିସ୍ଥିତିରେ ଲଣ୍ଡନର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଲଣ୍ଡନର ଜଣେ ଟ୍ୟାକ୍ସି ଡ୍ରାଇଭର କରୋନାରୁ ବଞ୍ଚିବା ପାଇଁ ଏପରି କାମ କରୁଛନ୍ତି, ଯାହା ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ଉଦ୍ୟୋଗପତି ହର୍ଷ ଗୋଏଙ୍କା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।


ଏହି ଭିଡିଓରେ ଜଣେ ବ୍ୟକ୍ତି ଟ୍ୟାକ୍ସିରେ ଯିବା ପାଇଁ ରାସ୍ତାରେ ଠିଆ ହୋଇଥିବା ବେଳେ ଜଣେ ଟ୍ୟାକ୍ସି ଡ୍ରାଇଭର ଗାଡି ଅଟକାଇ ପ୍ରଥମେ ଯାତ୍ରୀଙ୍କ ତାପମାନ ଚେକ୍‌ କରିବା ପରେ ହାତ ସଫା ପାଇଁ ସାନିଟାଇଜର ଦେଉଛନ୍ତି। ତା’ ପରେ ତାଙ୍କ ପାଇଁ କାରର ଡୋର ଖୋଲି ତାଙ୍କୁ ଭିତରେ ବସାଇବା ପରେ ପୁଣି ଟ୍ୟାକ୍ସିରହ୍ୟାଣ୍ଡେଲକୁ ସଫା କରୁଛନ୍ତି। କରୋନରୁ ବଞ୍ଚିବା ପାଇଁ ପୂର୍ବରୁ ଟ୍ୟାକ୍ସି ଡ୍ରାଇଭର ହାତରେ ଗ୍ଲୋବ୍ସ ଏବଂ ମୁହଁରେ ମାସ୍କ ବାନ୍ଧିଥିବା ନଜର ଆସିଛନ୍ତି।

ଲୋକେ ଏହି ଭିଡିଓକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମିଳିଛି। ଲୋକେ ଏପରି ସଚେତନ ହେବା ଦ୍ୱାରା କରୋନା ଭାଇରସ ସଂକ୍ରମିତ ହେବାରୁ ବଞ୍ଚିପାରିବା ବୋଲି ମଧ୍ୟ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.