କରୋନା ଭୟରେ ଚେନ୍ନାଇ ଛାଡିଲେ ଧୋନି, ଭାବବିହ୍ୱଳ ହେଲେ ଫ୍ୟାନ୍ସ

କରୋନା ଭାଇରସ କାରଣରୁ ଆଇପିଏଲ ମ୍ୟାଚ ବାତିଲ ହେବା ପରେ ଏବେ ଦଳ ଗୁଡିକ ନିଜ ଅଭ୍ୟାସ ମ୍ୟାଚକୁ ବି ବନ୍ଦ କରିଦେବାକୁ ନିଷ୍ପତି ନେଇଛନ୍ତି । ଏମିତିକି କିଛି ଦିନ ହେବ ଚେନ୍ନାଇ ଠାରେ ଚାଲିଥିବା ଟ୍ରେନିଂ କ୍ୟାମ୍ପ ବା ଅଭ୍ୟାସ ମ୍ୟାଚରେ ସୁରେଶ ରାଇନାଙ୍କ ସମେତ ମହେନ୍ଦ୍ର ସିଂ ବି ମୈଦାନ ଉପରେ ନଜର ଆସିଥିଲେ । ସେପଟେ  ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲର ପ୍ରଥମ ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀ ମାନେ ଖୁବ ଉତ୍ସାହିତ ଥିଲେ । ଏହି ମ୍ୟାଚଟି ମୁମ୍ବଇ ଇଂଡିଆନ୍ସ ଓ ଚେନ୍ନଇ ସୁପର କିଙ୍ଗସ ଭିତରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ms dhoni

ଏକ ଲମ୍ବା ସମୟର ବ୍ୟବଧାନ ପରେ ହିଁ ଧୋନି କ୍ରିକେଟ ମୈଦାନକୁ ଓଲ୍ହାଇ ଥାନ୍ତେ । ଟ୍ରେନିଙ୍ଗ କ୍ୟାମ୍ପ ବନ୍ଦ ହେବା ପରେ ମହେନ୍ଦ୍ର ସିଂ ଧୋନିଙ୍କୁ ଚେନ୍ନାଇରୁ ଫେରୁ ଥିବାର ଦେଖି ତାଙ୍କ ଫ୍ୟାନ୍ସ ମାନେ ଖୁବ ଭାବବିହ୍ୱଳ ହୋଇଯାଇଥିଲେ । ଏମିତିକି ଧୋନିଙ୍କ ଫେରିବା ବାଟରେ ତାଙ୍କର ଜଣେ ଫ୍ୟାନ୍ସ କହି ଉଠିଥିଲେକି, ଧୋନି ଚେନ୍ନାଇ ତମର ହିଁ ଘର । ଫ୍ୟାନ୍ସଙ୍କ ଏହି କଥା ଶୁଣି ଧୋନିଙ୍କ ମୁହଁରେ ହସ ଆସିଯାଇଥିଲା । ସେ ନିଜ ପ୍ରଶଂସକ ମାନଙ୍କୁ ଏଥିପାଇଁ ବିନମ୍ରତାର ସହ ଅଭିବାଦନ ଜଣାଇଥିଲେ । କହିରଖିବା ଉଚିତ ହେବକି,  ବିଶ୍ୱରେ ବ୍ୟାପୁଥିବା କରୋନା ଭାଇରସ ଭୟରେ ବିସିସିଆଇ ପୂର୍ବରୁ ହିଁ ଚଳିତ ବର୍ଷର ଆଇପିଏଲ ମ୍ୟାଚକୁ ରଦ୍ଦ କରିଦେଇଛନ୍ତି  ।

ଆଇପିଏଲ ମ୍ୟାଚର ଆୟୋଜନ ନେଇ ବିସିସିଆଇ ଓ ସମସ୍ତ ଦଳର ମାଲିକଙ୍କ ମଧ୍ୟରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ସହ କୋବିଦ-୧୯ ମହାମାରୀ କାରଣରୁ ରଣଜୀ ଚମ୍ପିୟାନ ଓ ଇରାନୀ ଟ୍ରଫି ମ୍ୟାଚକୁ ବି ବାତିଲ କରିଦେଇଛି । ବିସିସିଆଇ ସଚିବ ଜୟ ଶାହ ହିଁ ଏହି ବିଷୟରେ ପ୍ରଥମେ ସୂଚନା ଦେଇଛନ୍ତି । ଖାଲି କ୍ରିକେଟ ନୁହେଁ ଅନ୍ୟ ସମସ୍ତ ବଡ଼ ବଡ଼ ଟୁର୍ନାମେଣ୍ଟ ଗୁଡିକୁ ବି ଏହି କାରଣରୁ ବାତିଲ କରାଯାଇଛି । ଏହା ସହ ଅନ୍ୟ ସମସ୍ତ ପ୍ରତିଯୋଗିତା ଗୁଡିକୁ ବି ସ୍ଥଗିତ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.