ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଭୁବନେଶ୍ବର: ବିଜୁ ଜନତା ଦଳରୁ କଳ୍ପତରୁ ଓଝା ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଗଲା। ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିଲେ କଳ୍ପତରୁ ଓଝା ।

ଆଜି ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ପଦରୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ଦେବା ପରେ ଏହି ଯୁବ ନେତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ତେବେ ତାଙ୍କ ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି ଯେ, ଗତ ୧୬ ବର୍ଷ ମଧ୍ୟରେ ଦଳ ପ୍ରତି ଉତ୍ସର୍ଗୀକୃତ ହୋଇଥିଲେ ମଧ୍ୟ ତାଙ୍କୁ ଅନେକ ଥର ଅବହେଳା କରାଯାଇଛି। ଯେଉଁଥି ପାଇଁ ସେ ଅସନ୍ତୋଷ ଥିଲେ।