Below header

କନ୍ଧମାଳ: ଲକ ଡାଉନ ସମୟ ଅତିବାହିତ କରିବାକୁ ବାଲିଗୁଡା ପୋଲିସର ନିଆରା ପ୍ରୟାସ, ଆରମ୍ଭ କଲେ ବିଭିନ୍ନ ପ୍ରତିଯୋଗିତା

ବାଲିଗୁଡା: କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ ଜାରି ହୋଇଛି । ଅତି ଜରୁରୀ କାମ ନଥିଲେ କେହି ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଜନସାଧାରଣ କିପରି ଘରେ ରହିବେ ସେନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ନୂଆ ପ୍ରୟାସ । ବାଲିଗୁଡା ଏସ୍‌ଡିପିଓ ଓ ଆଇଆଇସିଙ୍କ ନେତୃତ୍ୱରେ ଅନେକ ପ୍ରତିଯୋଗିତା ଆରମ୍ଭ ହୋଇଛି ।

ଜନସାଧାରଣ ଘରେ ରହି କବିତା, ଗଳ୍ପ, ରଚନା ଆଦି ଲେଖି ଏକ ହ୍ଵାଟସ୍‌ ଆପ୍‌ ନମ୍ବରକୁ ପଠାଇବେ । ଯାହାର ଗଳ୍ପ ଓ କବିତା ଶ୍ରେଷ୍ଠ ହେବ ତାଙ୍କୁ ପୁରସ୍କୃତ କରାଯିବ । ଏହାସହ ଶ୍ରେଷ୍ଠ କବିତାକୁ ବାଲିଗୁଡା ଥାନା ଅଧିକାରୀ ଜନସାଧାରଣଙ୍କୁ ଟ୍ଵିଟ୍‌ର ମାଧ୍ୟମରେ ଶୁଣାଇବେ ବୋଲି ଏସ୍‌ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.