ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ବାତିଲ ହେଲା ବିଶ୍ୱର ପ୍ରତିଷ୍ଠିତ Wimbledon ଟେନିସ ପ୍ରତିଯୋଗିତା, ଜାଣନ୍ତୁ କେବେ ହେବ ଆୟୋଜନ

ଦିନକୁ ଦିନ ବଢି ଚାଲିଥିବା କରୋନା ଭାଇରସର ମାରାତ୍ମକ ପ୍ରଭାବକୁ ନଜରରେ ରଖି ଟେନିସର ସବୁଠାରୁ ବଡ ତଥା ପ୍ରତିଷ୍ଠିତ ପ୍ରତିଯୋଗିତା Wimbledonକୁ 1 ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାକୁ ରଦ୍ଦ କରି ଦିଆଯାଇଛି । ଏବେ ଏହାର ଆୟୋଜନ 2021 ଜୁନ 28ରୁ ଜୁଲାଇ 11 ମଧ୍ୟରେ କରାଯିବ । କହି ରଖୁଛୁ, ଚଳିତ ବର୍ଷ Wimbledon ଟେନିସ ପ୍ରତିଯୋଗିତା ଜୁନ 29ରୁ ଆରମ୍ଭ ହେବାର ଥିଲା ।

The All England Lawn Tennis and Crochet Club ତରଫରୁ କୁହାଯାଇଛି, Wimbledon ରଦ୍ଦ ହେବା, ସମସ୍ତଙ୍କୁ ନିରାଶ କରିବ, କିନ୍ତୁ କରୋନାର ପ୍ରକୋପକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆୟୋଜକଙ୍କ ଅନୁସାରେ, ବର୍ତ୍ତମାନ ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ଦେଖି ଟୁର୍ଣ୍ଣାମେଣ୍ଟ କରିବା ସମ୍ଭବ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.