ଭାରତରେ କାୟା ମେଲାଉଛି କରୋନା: ୫୦ ଛୁଇଁଲା ମୃତ୍ୟୁ ସଂଖ୍ୟା, ୧୯୬୫ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୧୯୬୫ ଜଣ ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫୧ ଜଣ ସୁସ୍ଥ ହୋଇଛନ୍ତି । ଗତ ୧୨ଘଣ୍ଟା ମଧ୍ୟରେ ୧୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭୬୪ ଜଣ ଆକ୍ରାନ୍ତଙ୍କର ଦେଶର ବିଭିନ୍ନ ହସ୍ପିଟାଲରେ ଚାଲିଛି ଚିକିତ୍ସା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କହି ରଖିବା ଉଚିତ ହେବକି, ବିଶ୍ୱ ବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା ୪୭,୦୦୦ ଅତିକ୍ରମ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ପାର ହୋଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବା ରିପୋର୍ଟ ପ୍ରକାଶ ପାଇଛି । ଯେବେକି ଇଟାଲୀର ମୃତ୍ୟୁ ସଂଖ୍ୟା ସର୍ବାଧିକ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.