Below header

5ଜି ସପୋର୍ଟ ସହିତ ଲଞ୍ଚ ହେଲା ଭିଭୋର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ Vivo S6 5G, ଜାଣନ୍ତୁ କଣ ରହିଛି ଖାସ ଫିଚର୍ସ

ଭିଭୋ ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ Vivo S6 5Gକୁ ଶେଷରେ ଚାଇନାରେ ଲଞ୍ଚ କରିଛି। ୟୁଜର୍ସ ଏହି ଫୋନରେ ଲାଟେଷ୍ଟ ବ୍ୟାଟେରୀ, ପ୍ରୋସେସର ଏବଂ ଚାରି କ୍ୟାମେରା ପାଇବେ। ଏହାଛଡା ଏହି ଫୋନକୁ ୟୁଜର୍ସ ବ୍ଲାକ, ହ୍ଵାଇଟ ଏବଂ ବ୍ଲୁ କଲର ଅପ୍ସନ ସହିତ କିଣିପାରିବେ। କିନ୍ତୁ କମ୍ପାନୀ ଭାରତରେ ଏହାର ଲଂଚିଂ କେବେ କରିବା ତାହା ବିଷୟରେ ସୂଚନା ଦେଇନାହଁ।

Vivo S6 5G ଦାମ

ଭିଭୋ Vivo S6 5G ସ୍ମାର୍ଟଫୋନକୁ ୬gb ରାମ + ୧୨୮gb ଷ୍ଟୋରେଜ ଏବଂ ୮gb ରାମ + ୨୫୬gb ଷ୍ଟୋରେଜ ଭେରିୟଣ୍ଟ ସହିତ ଲଞ୍ଚ କରାଯାଇଛି। ଏହି ଫୋନର ଦାମ ୨୮,୬୭୮ ଟଙ୍କା ଏବଂ ଦ୍ୱିତୀୟ ଭେରିୟଣ୍ଟର ଦାମ ୩୧, ୮୬୦ ଟଙ୍କା ରହିଛି। ସେହିପରି ସ୍ମାର୍ଟଫୋନର ସେଲ ୪ ଏପ୍ରିଲରେ ଆରମ୍ଭ ହେବ।

Vivo S6 5G କ୍ୟାମେରା

ଫ୍ରଣ୍ଟରେ ୩୨ ମେଗା ପିକ୍ସେଲର ସେଲ୍ଫି କ୍ୟାମେରା ରହିଛି। ସେହିପରି ୪୮ମେଗା ପିକ୍ସେଲର ପ୍ରାଇମେରି କ୍ୟାମେରା ରହିଛି।ଏହାସହ ୮ମେଗା ପିକ୍ସେଲର ଅଲ୍ଟ୍ରା ଓ୍ଵାଇଣ୍ଡ କ୍ୟାମେରା, ୨ମେଗା ପିକ୍ସେଲର ମାକ୍ରୋ କ୍ୟାମେରା ଓ ୨ମେଗା ପିକ୍ସେଲର ଡେପ୍ଥ କ୍ୟାମେରା ରହିଛି।

phone vivoVivo S6 5G ସ୍ପେସିଫିକେଶ

ଏଥିରେ ଏକ୍ସିନୋଜ୍ ପ୍ରୋସେସର ରହିଛି। ୬.୪୪ ଇଞ୍ଚର ଫୁଳ ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଏହାସହ ଡିସ୍‌ପ୍ଲେ ଫିଙ୍ଗର ପ୍ରିଣ୍ଟ ସୁବିଧା ରହିଛି। 5ଜି ସପୋର୍ଟ ଏବଂ ଫନ ଟଚ୍ ଅପରେଟିଂ ସିଷ୍ଟମ ରହିଛି।୮ଜିବି ରାମ୍ ଓ ୨୫୬ଜିବିର ଇଣ୍ଟରନାଲ ମେମୋରି ରହିଛି।

Vivo S6 5G ବ୍ୟାଟେରୀ

ଭିଭୋ ଏହି ଫୋନରେ କନେକ୍ଟିଭିଟି ପାଇଁ ୫ଜି ନେଟୱାର୍କ, ୱାଇ-ଫାଇ, ବ୍ଲୁଟୁଥ ଏବଂ ୟୁଏସବି ଟାଇପ-ସି ପୋର୍ଟ ଭଳି ଫିଚର୍ସ ଦିଆଯାଇଛି। ଏହାଛଡା ଏହି ଫୋନରେ ୪, ୫୦୦ ମାହ ବ୍ୟାଟେରୀ ରହିବା ସହିତ ୧୮ ୱାଟ ଫାଷ୍ଟ ଚାରଜିଙ୍ଗ ଫିଚରରେ ଲେସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.