ସହାୟତାର ହାତ ବଢ଼ାଇଲା ଟିକଟକ୍, ଭାରତକୁ ଦେଲା ୧୦୦ କୋଟିର ମେଡିକାଲ ସୁଟ୍ ଓ ମାସ୍କ

ଏବେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇଛି କରୋନା ଭାଇରସ। ଭାଇରସ କବଳରୁ ମୁକୁଳିବାକୁ ଏବେ ସବୁ ଦେଶ ନିଜ ସାମର୍ଥ୍ୟ ଅନୁସାରେ ଲାଗିପଡିଛନ୍ତି। ଚୀନର ଭିଡିଓ ସେୟାରିଂ ଆପ୍ ଟିକଟକ୍ ଭାରତ ସରକାରଙ୍କୁ କରୋନା ମୁକାବିଲା କରିବାକୁ ସହାୟତାର ହାତ ବଢ଼ାଇଛି। ଟିକଟକ୍ ଭାରତକୁ ୧୦୦ କୋଟି ଟଙ୍କାର ମେଡିକାଲ ସାମଗ୍ରୀ ଦେଇଛି। ଏଥିରେ ୪ ଲକ୍ଷଟି ମେଡିକାଲ ପ୍ରୋଟେକ୍ଟିଭ ସୁଟ୍ ଓ ୨ ଲକ୍ଷ ମାସ୍କ ରହିଛି।

Celebrities wearing face masks amid coronavirus outbreak

ଏନେଇ Tiktok କହିଛି ଯେ ଆମର ଏହି ପଦକ୍ଷେପ ଭାରତକୁ କରୋନା ସହ ଲଢ଼ିବାରେ ସାହାଯ୍ୟ କରିବ। ଆମେ ଭାରତକୁ ପ୍ରୋଟେକ୍ଟିଭ ସୁଟ ଓ ମାସ୍କ ଡାକ୍ତରଙ୍କ ସୁରକ୍ଷା ପାଇଁ ଦେଇଛୁ। ଚିକିତ୍ସା କରିବା ବେଳେ ଡାକ୍ତରମାନେ ଯେଭଳି ସଂକ୍ରମିତ ନ ହେବେ ଏଣୁ ଆମେ ଏହି ସାହାଯ୍ୟ କରିଛୁ। ଏହି ବିପଦ ସମୟରେ ଆମେ ଭାରତ ସହ ଠିଆ ହୋଇଛୁ ବୋଲି ଟିକଟକ୍ ମୁଖ୍ୟ କହିଛନ୍ତି।

ସୂଚନାଯୋଗ୍ୟ ଯେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ରୋଗର ଔଷଧ ଏବେ ଯାଏଁ ବାହାରିପାରିନଥିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି। କରୋନା ଯୋଗୁ ସାରା ବିଶ୍ୱରେ ୯,୩୭,୫୬୭ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪୭,୨୫୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଭାରତରେ ୧୯୬୫ଟି କରୋନା ପଜିଟିଭ ବାହାରିଥିବା ବେଳେ ୫୦ ଜଣଙ୍କ ଜୀବନ ଯାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.