Below header

ରାୟଗଡ଼ା କାଶୀପୁରରେ ଝାଡ଼ାବାନ୍ତି ନେଇଛି ହଇଜାର ରୂପ, ଆରଏମଆରସି ନମୁନା ପରୀକ୍ଷାରୁ ହେଲା ସ୍ପଷ୍ଟ

ରାୟଗଡ଼ା (କେନ୍ୟୁଜ୍): ରାୟଗଡ଼ା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ନେଇଛି ହଇଜାର ରୂପ । ଆରଏମ୍‌ଆରସିକୁ ପଠାଯାଇଥିବା ନମୁନାରୁ ଏହା ସ୍ପଷ୍ଟ ହୋଇଛି । ଏହି ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ । ଦୂଷିତ ପାଣିରୁ ଏହା ବ୍ୟାପିଛି । ଲୋକଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପ ଲାଇନ ନମ୍ବର ଜାରି ହୋଇଛି ।

ଭୁବନେଶ୍ୱରର ଆରଏମଆରସି ଡାକ୍ତରୀ ଟିମ୍‌ କାଶୀପୁର ଯାଇଥିଲା । ଡାକ୍ତର ବିବି ପାଳଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌ କାଶୀପୁର ଗସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ । ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତ ପ୍ରଭାବିତ ଅଞ୍ଚଳ ଯାଇ ମଳ, ମୂତ୍ର, ରକ୍ତ ଓ ପାଣିର ନମୁନା ସଂଗ୍ରହ କରିଥିଲେ । ପ୍ରଥମେ ଟିକିରି ଗସ୍ତ କରି ଚିକିତ୍ସାଧୀନ ରୋଗୀଙ୍କ ଲକ୍ଷଣ ଅନୁଧ୍ୟାନ କରିଥିଲେ । କାଶୀପୁର ବ୍ଲକର ଟିକିର ମେଡିକାଲ, ଦୁଡୁକା ବାହାଲ ଓ ଟିିକିରି ଝୋଡ଼ିଆ ସାହି ଆକ୍ରାନ୍ତଙ୍କ ନମୂନା ସଂଗ୍ରହ କରିଥିଲେ ଡାକ୍ତରୀ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.