ବିରାଟ କୋହଲିଙ୍କୁ ୨୦ ମିନିଟ ପାଇଁ ଭେଟିଲେ ମୁଁ ତାଙ୍କୁ ଖରାପ ଫର୍ମରୁ ବାହାର କରିପାରିବି: ସୁନିଲ ଗାଭାସ୍କର

କେନ୍ୟୁଜ୍: ବିରାଟ କୋହଲିଙ୍କୁ ୨୦ ମିନିଟ ପାଇଁ ଭେଟିଲେ ମୁଁ ତାଙ୍କୁ ଖରାପ ଫର୍ମରୁ ବାହାର କରିପାରିବି । ଏଭଳି କହିଛନ୍ତି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର । ବିରାଟଙ୍କ ଖରାପ ସମୟରେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର ଗାଭାସ୍କର । ବିରାଟଙ୍କ ଫର୍ମ କଣପାଇଁ ଖରାପ ହୋଇଛି, କାହିଁକି ସେ ଖେଳିପାରୁ ନାହାନ୍ତି ବୋଲି ତାଙ୍କ ପାଖରେ ଆଇଡିଆ ଅଛି ବୋଲି ଗାଭାସ୍କର କହିଛନ୍ତି ।

ତାଙ୍କର ଜ୍ଞାନ ବିରାଟଙ୍କୁ ଖରାପ ଫର୍ମରୁ ବାହାରିବାକୁ ସହଯୋଗ କରିପାରିବ ବୋଲି ଗାଭାସ୍କର ଦାବି କରିଛନ୍ତି । ଏଥିପାଇଁ ବିରାଟଙ୍କ ସହ ୨୦ ମିନିଟ କଥା ହେବାକୁ ଚାହୁଁଛନ୍ତି ଗାଭାସ୍କର । ଦୁଇବର୍ଷରୁ ଅଧିକ ସମୟ ହେଲା ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.