Below header

ରାସ୍ତା କଡ଼ରେ ଠିଆ ହୋଇଥିବା ଟିପ୍ପରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍: ୧୦ ଜଣ ଯାତ୍ରୀ ଅ‍ାହତ, ଜଣେ ଗୁରୁତର

କୋରାପୁଟ(କେନ୍ୟୁଜ୍): ୨୬ ନଂ ଜାତୀୟ ରାଜପଥର ଶୁଣ୍ଢି ପୁଙ୍ଗାର ନିକଟରେ ସଡ଼କ ଦୁର୍ଘଟଣା। ଟିପ୍ପରକୁ ଧକ୍କା ଦେଲା ବସ୍ । ୧୦ ଜଣ ଯାତ୍ରୀ ଅ‍ାହତ, ଜାଣେ ଗୁରୁତର । ବିଶାଖାପାଟଣା ଠାରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିବା ସରକାରୀ ଯାତ୍ରୀବାହି ବସ୍ ଦୁର୍ଘଟଣା ହୋଇଛି।

ଭୋର ପ୍ରାୟ ୪ଟା ସମୟରେ ଘଟିଛି ଏହି ଦୁର୍ଘଟଣା। ରାସ୍ତା କଡ଼ରେ ଠିଆ ହୋଇଥିବା ଟିପରକୁ ପଛପଟୁ ପିଟିଲା ଯାତ୍ରିବାହୀ ବସ୍। ଦୁର୍ଘଟଣାରେ ୧୦ଜଣ ଆହତ ହୋଇ କୁନ୍ଦୁଲି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଗୁରୁତରଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପଟାଙ୍ଗି ପୋଲିସ ଉପସ୍ଥିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.