ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ବେଳେ କମାଣ୍ଡର ଜିପରୁ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

କୋରାପୁଟ(କେନ୍ୟୁଜ୍): ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ଜଲାପୁଟ ରୁ ଆନ୍ଧ୍ରପ୍ରଦେଶ କୁ ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଛି ମାଛକୁଣ୍ଡ  ଲମତାପୁଟ ପୋଲିସ । ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲସ୍ ସଗର ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରି ଜଗିରହିଥିଲା । ଖବର ମୁତାବାକ କମାଣ୍ଡର ଗାଡିଟି ଦୃତ ଗତିରେ ଆସୁଥିବା ଦେଖି ପୋଲିସ୍ ଅଟକାଇଥିଲେ । ପୋଲିସକୁ ଦେଖି ଗାଡି ବୁଲାଇ ଡ୍ରାଇଭର ଜଣକ ଲାମାତାପୁଟ ଅଭିମୁଖେ ଚାଲି ଯାଇଥିଲା । ଏହାପରେ ପୋଲିସ୍ ପିଛା କରିବା ଦେଖି କିଛି ବାଟ ଯିବା ପରେ କଞ୍ଚଣା ଗ୍ରାମ ନିକଟରେ ଗାଡି ଛାଡ଼ି ଡ୍ରାଇଭର ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ।

ଗାଡି ଯାଞ୍ଚ କରିବାରୁ ସେଥିରୁ ୧୦ଟି ଗାଞ୍ଜେଇ ବସ୍ତା ବାହାର କରିଥିଲା। ୧୦ଟି ବସ୍ତାରେ ପ୍ରାୟ ୨ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି ।  ଏହି ଗାଡିଟି ସ୍ଥାନୀୟ ଅଞ୍ଚଳରୁ ଗଞ୍ଜେଇ ଆଣି ବାହାର ରାଜ୍ୟ ରୁ ଆସିଥିବା ଗଞ୍ଜେଇ ମାଫିଆଙ୍କୁ ଗଞ୍ଜେଇ ଦେବା ପାଇଁ ବ୍ୟବହାର କରାଯାଉଥିବା ପୋଲିସ୍ ଜାଣିବାକୁ ପାଇଛି । ତେବେ ଏଥିରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡିବା ସହ ଖୁବ ଶୀଘ୍ର ଫେରାରଙ୍କୁ ଧରାଯିବ ବୋଲି ପୋଲିସ୍ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.