Below header

ବହୁରୂପୀ ଈଶାନ ବୁଖାରୀର ଖେଳ ଖତମ : ଯାଜପୁରରେ ରହି କେଉଁ କାମ କରୁଥିଲା ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ଯାଜପୁରରୁ ଗିରଫ ପରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଗତକାଲି ଆତଙ୍କବାଦୀ ସଂପୃକ୍ତି ସଂଦେହରେ ଧର୍ମଶାଳା ନେଉଳପୁରରୁ କୁପୱାଡାର ସୟଦ ଇସାନ ବୁଖାରୀକୁ ଗିରଫ ହୋଇଛି । ତା ବିରୋଧରେ ଠକେଇ, ଜାଲିଆତି ଓ ଦେଶବିରୋଧୀ କାର୍ଯ୍ଯରେ ଲିପ୍ତ ବ୍ୟକ୍ତି ଓ କିଛି ସଂଗଠନ ସହ ସଂପୃକ୍ତ ଥିବା ଅଭିଯୋଗ ରହିଛି ।

ଯାଜପୁର (କେନ୍ୟୁଜ): କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ଯାଜପୁରରୁ ଗିରଫ ପରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଗତକାଲି ଆତଙ୍କବାଦୀ ସଂପୃକ୍ତି ସଂଦେହରେ ଧର୍ମଶାଳା ନେଉଳପୁରରୁ କୁପୱାଡାର ସୟଦ ଇସାନ ବୁଖାରୀକୁ ଗିରଫ ହୋଇଛି । ତା ବିରୋଧରେ ଠକେଇ, ଜାଲିଆତି ଓ ଦେଶବିରୋଧୀ କାର୍ଯ୍ଯରେ ଲିପ୍ତ ବ୍ୟକ୍ତି ଓ କିଛି ସଂଗଠନ ସହ ସଂପୃକ୍ତ ଥିବା ଅଭିଯୋଗ ରହିଛି । କେରଳର ସନ୍ଦିଗ୍ଧ ଓ କିଛି ପାକିସ୍ତାନୀ ନାଗରିକଙ୍କ ସେ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି। ଯେଉଁଥିପାଇଁ କଶ୍ମୀର ପୁଲିସର ୱାଣ୍ଟେଡ୍‌ ତାଲିକାରେ ଥିଲା ଈଶାନ୍‌। ଏହା ପରେ ସେ କଶ୍ମୀର ଛାଡ଼ି କେରଳ ପଳାଇ ଯାଇଥିଲା। ଆଉ ତା’ପରେ ବଦଳି ଯାଇଥିଲା ଈଶାନ୍‌ର ଚିତ୍ର ଓ ଚରିତ୍ର। ସେ କେତେବେଳେ ନିଜକୁ ସ୍ନାୟୁ ବିଶେଷଜ୍ଞ ଡାକ୍ତରର ପରିଚୟ ଦେଉଥିଲା ତ ଆଉ କେତେବେଳେ ପିଏମ୍‌ଓ ଅଫିସର କର୍ମଚାରୀ। ଆଉ କେତେବେଳେ ନିଜକୁ ସେନା ଡାକ୍ତର ବନାଉଥିଲା। କହିବାକୁ ଗଲେ ବହୁରୂପିଙ୍କ ପରି ଜାଗା ଦେଖି ନିଜେ ପେସା ବଦଳାଉଥିଲା ସଇଦ ଈଶାନ ବୁଖାରୀ।

ସେ ୬ରୁ ୭ ଯୁବତୀଙ୍କୁ ମଧ୍ୟ ବିବାହ କରିଛି। ସେ ଆହୁରି ଅନେକ ମହିଳାଙ୍କୁ ବିବାହ କରିଥିବା ସନ୍ଦେହ କରାଯାଉଛି। ତାହା ଉପରେ ତଦନ୍ତ ଚାଲିଛି। ପୂର୍ବରୁ ISI ସହିତ ତାଙ୍କର ସମ୍ପର୍କ ରହିଥିଲା। ଏବେ କେମିତି ସମ୍ପର୍କ ରହିଛି, ତାହା ପରେ ତଦନ୍ତ ଚାଲିଛି। ତାହା ସହିତ ପଞ୍ଜାବ ଓ କଶ୍ମୀର ପୁଲିସ୍‌ ସହିତ ଯୋଗାଯୋଗ କରାଯାଉଛି। ପ୍ରମାଣ ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି।

ଗତକାଲି ଆତଙ୍କବାଦୀ ସଂପୃକ୍ତି ସଂଦେହରେ ଧର୍ମଶାଳା ନେଉଳପୁରରୁ କୁପୱାଡାର ସୟଦ ଇସାନ ବୁଖାରୀକୁ ଗିରଫ ହୋଇଛି । ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ହାଜର ପରେ ତାକୁ ଜେଲ ପଠାଇ ଦିଆଯାଇଛି। ସୟଦ ଇସାନ ବୁଖାରୀ ସଂପର୍କରେ ଅଧିକ ଖୋଳତାଡ଼ କରିବାକୁ କଶ୍ମୀର ଓ ପଞ୍ଜାବ ପୋଲିସ ସହ ଯୋଗାଯୋଗରେ ରହିଛି ଏସଟିଏଫ। କେଉଁ ଭଳି କାର୍ଯ୍ୟରେ ଲିପ୍ତ ରହିଛି ବୁଖାରୀ? କୌଣସି ଆତଙ୍କବାଦୀ କାର୍ଯ୍ୟ ଓ ସଂଗଠନରେ ଲିପ୍ତ ରହିଛି କି? କେବେ ଠାରୁ ଯାଜପୁରରେ ରହି ସେ କେଉଁ କାମ କରୁଥିଲା? ଏବେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.