ପୁଣି ଚିନ୍ତା ବଢ଼ାଇଲାଣି କରୋନା : କେରଳର ମହିଳାଙ୍କ ନିକଟରୁ ଚିହ୍ନଟ ହେଲା ସବ୍-ଭାରିଆଣ୍ଟ JN.1

କେରଳରେ କୋଭିଡ ଭାରିଆଣ୍ଟର ଉପପ୍ରଜାତି। ସବ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି। BA.2.86 ର ଏହା ବଂଶଜ। ଏହାର ପ୍ରଭାବ କଣ ରହିବା ତା ଉପରେ ନଜର ରଖିଛନ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞ।

ନୂଆଦିଲ୍ଲୀ : କେରଳରେ କୋଭିଡ ଭାରିଆଣ୍ଟର ଉପପ୍ରଜାତି। ସବ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି। BA.2.86 ର ଏହା ବଂଶଜ। ଏହାର ପ୍ରଭାବ କଣ ରହିବା ତା ଉପରେ ନଜର ରଖିଛନ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞ।

ସୂଚନା ମୁତାବକ, କେରଳର ଜଣେ ୭୯ ବର୍ଷୀୟା ମହିଳାଙ୍କ ଠାରେ ଇନଫ୍ଲୁଏଞ୍ଜା ଭଳି ସମାନ୍ୟ ଲକ୍ଷଣ ଥିଲା। ନଭେମ୍ବର ଆରଟି ପିସିଆର ଟେଷ୍ଟରେ କୋଭିଡ ପଜିଟିଭ ଆସିଥିଲା। ଏହାର ଜିନୋମ ସିକ୍ବେନସିଂରୁ JN.1 ସବଭାରିଆଣ୍ଟ ଚିହ୍ନଟ ହୋଇଥିଲା। ପୂର୍ବରୁ ସିଙ୍ଗାପୁରରେ ଜଣେ ଭାରତୀୟ ଯାତ୍ରୀ JN.1 ସବଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିଲେ। ତାଙ୍କ ଘର ତାମିଲନାଡ଼ୁର ତିରୁଚିରାପଲ୍ଲୀ। ସେ ଅକ୍ଟୋବର ୨୫ରେ ସିଙ୍ଗାପୁର ଯାଇଥିଲେ। ତେବେ ତାମିଲନାଡ଼ୁରୁ ଆଉ JN.1 ସବଭାରିଆଣ୍ଟ ଚିହ୍ନଟ ହୋଇ ନାହିଁ। ଏବେ ସୁଦ୍ଧା ଡାକ୍ତରଖାନାରେ କେହି ଭର୍ତି ହୋଇନାହାଁନ୍ତି ।

ସିଡିସିର ତଥ୍ୟ ମୁତାବକ କରୋନାର ସବ ଭାରିଆଣ୍ଟର କୌଣସି ଭିନ୍ନ ଲକ୍ଷଣ ଦେଖାଯାଇ ନାହିଁ। ତେଣୁ ଏହି ପରିସ୍ଥିତିରେ ଏହା କୋଭିଡ-19ଠାରୁ ଭିନ୍ନ କି ନୁହେଁ ତାହା ଜାଣିବା କଷ୍ଟକର ବୋଲି କୁହାଯାଇଛି। ଜ୍ୱର, କ୍ରମାଗତ କାଶ, ଶୀଘ୍ର କ୍ଳାନ୍ତ ଲାଗିବା, ନାକ ଅବରୋଧ ଲାଗିବା, ଝାଡା, ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଇଥାଏ। ତେବେ କୋଭିଡ ଭ୍ୟାକ୍ସିନ ଏହି ଭାରିଆଣ୍ଟ ଠାରୁ ସୁରକ୍ଷା ଦେଇ ପାରିବ ବୋଲି ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.