ଆଜିଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍; ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ କେଏଲ ରାହୁଲ

ବିଶ୍ବକପ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ସମୟ ଦିନ ଗୋଟାଏ ୩୦ ମିନିଟରେ ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆ ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଳଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବ ।

ବିଶ୍ବକପ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ସମୟ ଦିନ ଗୋଟାଏ ୩୦ ମିନିଟରେ ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆ ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଳଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବ । ପୂର୍ବରୁ ଯୁବ ଖେଳାଳି ମାନେ ଟି-୨୦ ସିରିଜରେ କରିସ୍ମା ଦେଖାଇ ସାରିଛନ୍ତି। ବିଶେଷକରି ନୂଆ ଫିନିସର ଭାବେ ଉଭା ହୋଇଥିବା ରିଙ୍କୁ ସିଂହଙ୍କ ଉପରେ ନଜର ରହିବ । ସେହିପରି ଘରୋଇ କ୍ରିକେଟରେ ଦମଦାର ରନ କରିଥିବା ତିଳକ ବର୍ମା, ରଜତ ପାଟିଦାର, ସାଇ ସୁଦର୍ଶନ ଦିନିକିଆ ଖେଳିବା ଲକ୍ଷ୍ୟରେ ଅଛନ୍ତି ।

ଏଥିସହ ଅନରିକ ନର୍ଖିଆ ଓ କାଗିସୋ ରବାଡ଼ାଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ପ୍ରହାର କରି ନିଜର ସ୍ଥାନ ସୁରକ୍ଷିତ ରଖିବାକୁ ଭାରତୀୟ ବ୍ୟାଟର ଚାହିଁବେ । କିନ୍ତୁ ବୋଲିଂ ବିଭାଗରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କ ସେବାରୁ ନିବୃତ୍ତ ରହିବ ଭାରତୀୟ ଦଳ। ଏଭଳି ସ୍ଥିତିରେ ଆୱେସ ଖାନ୍‌, ମୁକେଶ କୁମାର, ଅର୍ଶଦୀପ ସିଂହ ସେମାନଙ୍କ ଶୂନ୍ୟସ୍ଥାନକୁ ପୂରଣ କରିବେ। ସ୍ପିନରଙ୍କ ମଧ୍ୟରେ କୁଲଦୀପ ଯାଦବଙ୍କ ସହ ଅକ୍ଷର ପଟେଲ ଓ ପ୍ରତ୍ୟାବର୍ତ୍ତନ କରିଥିବା ୟୁଝବେନ୍ଦ୍ର ଚହଲ ଭାରତୀୟ ଦଳକୁ ଅତିରିକ୍ତ ଶକ୍ତି ପ୍ରଦାନ କରିଛନ୍ତି। ହେଲେ ଉପରେ ବ୍ୟାଟିଂ କରିପାରୁଥିବା ଅନ୍ୟତମ ସ୍ପିନ୍‌ ବିକଳ୍ପ ୱାସିଂଟନ୍‌ ସୁନ୍ଦର ଚୂଡ଼ାନ୍ତ ଦଳରେ ଖେଳିବା ସମ୍ଭାବନା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.