Below header

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ 5T: ଏମକେସିଜି ମେଡିକାଲ କଲେଜର ବିକାଶର କଲେ ସମୀକ୍ଷା

MKCGରେ ବିକାଶ ସମୀକ୍ଷା। ଆଜି ସକାଳୁ ୫ଟି ତଥା ନବୀନ ଓଡିଶା ଆମ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ବ୍ରହ୍ମପୁର (କେନ୍ୟୁଜ): MKCGରେ ବିକାଶ ସମୀକ୍ଷା। ଆଜି ସକାଳୁ ୫ଟି ତଥା ନବୀନ ଓଡିଶା ଆମ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେଠାରେ ନିର୍ମାଣଧୀନ କ୍ୟାନ୍ସର ହସ୍ପିଟାଲର ସମୀକ୍ଷା କରିବା ସହ ମେଡିକାଲର ବିକାଶ ଓ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଗତକାଲି ଅପରାହ୍ନରେ ପ୍ରଥମେ ହିଞ୍ଜିଳିକାଟୁ ଓ ଶେରଗଡ଼ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ସନ୍ଧ୍ୟାରେ ମାଁ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରି ଆୟୋଜିତ ସଭାରେ ଯୋଗ ଦେଇଥିଲେ। ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏକ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ପାଣ୍ଡିଆନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.