ଜାଡ଼ରେ ଥରୁଛି ସାରା ଓଡ଼ିଶା, ଟ୍ବିନସିଟିରେ ୧୩ ଡିଗ୍ରୀ ଛୁଇଁଲା ପାରଦ

ଖସୁଛି ପାରଦ, ବଢ଼ୁଛି ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ, ବଢ଼ୁଛି ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୬ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ୧୫ ଡିଗ୍ରୀ ତଳେ ରହିଛି ୨୩ ସହରର ତାପମାତ୍ରା । ଟ୍ବିନସିଟିରେ ୧୩ ଡିଗ୍ରୀ ଛୁଇଁଲା ପାରଦ। କିରେଇରେ ସର୍ବନିମ୍ନ ୮.୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୧୩.୨ ଡିଗ୍ରୀ ଥିବାବେଳେ କଟକରେ ୧୩.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି। ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୧୭ ତାରିଖରୁ ରାଜ୍ୟରେ ଥଣ୍ଡା କମିଯିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ୨୨ରୁ ୨୪ ତାରିଖ ଦୁଇଦିନ ଯାଏ ବର୍ଷା ସମ୍ଭାବନା ରହିଛି।

ଶୀତ ପ୍ରବାହରେ ଅନେକ ସ୍ଥାନରେ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି ଏବଂ ଏଥିପାଇଁ ଲୋକମାନଙ୍କୁ ଯିବା ଆସିବା ପାଇଁ ମଧ୍ୟ ଅସୁବିଧା ହେଉଛି। ଏହି ଶୀତଋତୁରେ ଲୋକମାନେ ପିକନିକ କରି ଏହି ଶୀତର ଖୁବ ମଜା ମଧ୍ୟ ଉଠାଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.