କେନ୍ଦୁଝର : ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଧୀରେନ୍ଦ୍ର ରାଉତଙ୍କରଗତ ୧୮ ତାରିଖ ଦିନ ୬୫ ବର୍ଷ ବୟସରେବିୟୋଗ ଘଟିଛି । ଶ୍ରୀ ରାଉତ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାପରେ ଫୁସଫୁସଜନିତ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ମାସାଧିକ କାଳ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ପୁଣିଥରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୧୬ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ୧୮ ତାରିଖ ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସମଗ୍ର ଜିଲ୍ଲାରେ କାନ୍ଦିରୀ ଭାଇ ଭାବେ ଜଣାଶୁଣା ଥିଲେ । ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ସହ ଜଡ଼ିତ ଥିବା ସ୍ୱର୍ଗତ ରାଉତଙ୍କ ପାଇଁ ଜିଲ୍ଲା ପ୍ରେସ କ୍ଲଵ ଠାରେ ଏକ ଶୋକ ସଭା ଅନୁଷ୍ଠିତ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।