ଭୁବନେଶ୍ବର:୧୩ ମାସ ଦରାମ ନପାଇବାରୁ ବ୍ୟାଙ୍କ ଭିତରେ କବାଟ ଦେଇ ରହିଲେ ପିଅନ, ସମସ୍ତେ ଭାବିଲେ ଆତ୍ମହତ୍ୟା କରିଛନ୍ତି କିନ୍ତୁ ପରେ ଯାହା ଘଟିଲା ଶୁଣିଲେ ତାଜୁବ ହୋଇଯିବେ

ଭୁବନେଶ୍ବର(କେନ୍ୟୁଜ୍):  ବ୍ୟାଙ୍କ ଭିତରେ କର୍ମଚାରୀ ମୃତ । ୧୩ମାସ ହେବ ଦରମା ପାଇ ନଥିବାରୁ କର୍ମଚାରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ବ୍ୟାଙ୍କ କତ୍ତୃପକ୍ଷ । ପୋଲିସକୁ ଡାକିଲେ, ଖବର ପାଇ ପରିବାର ଲୋକଙ୍କୁ ବି ଆସିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ରିପୋର୍ଟ ବି ଲେଖିଲା ପୋଲିସ । କବାଟ ଭାଙ୍ଗି ଭିତରକୁ ଗଲା ବେଳକୁ କର୍ମଚାରୀ ଜଣଙ୍କ ଖଟରେ ସୋଇଛନ୍ତି । ଏଭଳି ଏକ କୌତୁହଳପୁର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଥିବା ଓଡିଶା ରାଜ୍ୟ ସମବାୟ କୃଷି ଓ ଗ୍ରାମ ଉନ୍ନୟନ ବ୍ୟାଙ୍କରେ ।

ବ୍ୟାଙ୍କର ପିଅନ ଭାବେ କାର୍ଯ୍ୟ କରନ୍ତି ଜଗଜୀବନ ଚୌଧୁରୀ । ଆଜି ଦିନ ୧୨ଟା  ପର୍ଯ୍ୟନ୍ତ ଜଗଜୀବନ କବାଟ ନ ଖୋଲିବାରୁ ବ୍ୟାଙ୍କ କତ୍ତୃପକ୍ଷଙ୍କ ସନ୍ଦେହ ଉପୁଜିଥିଲା । ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ  ପହଞ୍ଚି କବାଟ ଭାଙ୍ଗିଥିଲା । କବାଟ ଭାଙ୍ଗିବା ପରେ ଜଗଜୀବନ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲା ପୋଲିସ । ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । 

ଜଗଜୀବନ ଯେତେବେଳେ କବାଟ ବନ୍ଦ କରି ରହିଲେ, ସେତେବେଳେ ଅନ୍ୟ କର୍ମଚାରୀ ଭୟରେ  ଥରହର ହେଉଥିଲେ। ଆଉ କହିଥିଲେ  ଯଦି ଜଗଜୀବନ ଅତ୍ମହତ୍ୟା କରିଥାନ୍ତି  ତେବେ ଆମେ ମଧ୍ୟ ସମସ୍ତେ  ଆତ୍ମହତ୍ୟା କରିବୁ । ପୋଲିସ କିନ୍ତୁ ସେମାନଙ୍କୁ  ବୁଝାସୁଝା କରିବା  ପରେ ସେମାନେ ଶାନ୍ତ ହୋଇଥିଲେ। ଯେତେବେଳେ କବାଟ  ଭାଙ୍ଗି ଜଗଜୀବନଙ୍କୁ ସୁରକ୍ଷିତରେ ଉଦ୍ଧାର କରାଗଲା ସମସ୍ତଙ୍କ ମୁହଁରେ ଏକ ଖୁସିର ଲହରୀ ଖେଳିଯାଇଥିଲା।

Leave A Reply

Your email address will not be published.