Below header

ଉଦ୍‌ଘାଟିତ ହେଲା ‘ଖୁସି’ ଆପ୍‌, ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ମାଗଣାରେ ବଣ୍ଟାଯିବ ସାନିଟାରୀ ନାପ୍‌କିନ୍‌

ଉଦ୍‌ଘାଟିତ ହେଲା ‘ଖୁସି’ ଆପ୍‌ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି ଆପ୍‌ ଉଦ୍‌ଘାଟନ କରିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ତଥା ସ୍ୱାସ୍ଥ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର। ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପ୍‌କିନ୍‌ ବଣ୍ଟାଯାଉଛି। ଜଣେ ଛାତ୍ରୀଙ୍କୁ ପ୍ରତି ମାସରେ ୧୮ଟି ସାନିଟାରୀ ନାପକିନ୍‌ ପ୍ରଦାନ କରାଯିବ।

sanitary napkins

ଏହି ଯୋଜନାର ଲାଭ ପାଇବେ ୨୯ହଜାର ୫୫୭ଟି ସ୍କୁଲର ୧୬ ଲକ୍ଷ ୮୧ ହଜାର ଛାତ୍ରୀ । ପ୍ରତି ୩ ମାସରେ ଥରେ ଛାତ୍ରୀଙ୍କୁ ନାପକିନ୍‌ ବଣ୍ଟାଯିବ । ଏଥିପାଇଁ ପ୍ରତି ସ୍କୁଲରେ ଜଣେ ମହିଳା ନୋଡାଲ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି । ଏହି ଯୋଜନା ଅନ୍‌ଲାଇନ୍‌ ହେବା ଦ୍ୱାରା ବଣ୍ଟନ ପ୍ରକ୍ରିୟା ଅଧିକ ସହଜ ହେବ । ୨୦୨୦-୨୧ ବର୍ଷ ପାଇଁ ଏହି ଯୋଜନାରେ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.