Below header

କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର(କେନ୍ଯୁଜ୍) :କିସ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ କିସ୍‌ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ । କିସକୁ ଇଣ୍ଡିଆ ଓ ଭାରତ ମଧ୍ୟରେ ଏକ ଫ୍ଲାଏ-ଓଭର ଭାବେ ସେ ଅଭିହିତ କରିଥିଲେ । ରାଜ୍ୟପାଳ କିସ୍‌ର ଭୂମିକାର ଭୂୟସୀ ପ୍ରଶଂସା କରି କିସ୍‌ ଭଳି ଏକ ଅନୁଷ୍ଠାନ ଯେଉଁଠାରେ ସମାଜର ଅବହେଳିତମାନଙ୍କୁ ସୁଯୋଗ ଦିଆଯାଉଥିବା ସହ ଯେଉଁମାନେ ଅସହାୟ ସେମାନଙ୍କ ପଛରେ କିସ୍‌ ଛିଡା ହୋଇଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ।

kiisସେ ଆହୁରି ମଧ୍ୟ କହିଥିଲେ ଗତ ଦୁଇ ଦିନି ବର୍ଷ ତଳେ ଭଗବାନଙ୍କ ସତ୍ତା ବା ଗଡ ପାର୍ଟିକଲ ଆବିଷ୍କାର ପାଇଁ ୧୦ ହଜାର ବୈଜ୍ଞାନିକ ପୃଥିବୀ ପୃଷ୍ଠରୁ ତିନି ଶହ ଫୁଟ ତଳେ ୨୭ କିଲୋମିଟର ବ୍ୟାପି ଟନେଲ୍‌ ମଧ୍ୟରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଦିନ ରାତି ଗବେଷଣା ଚଲାଇଥିଲେ । ତଥାପି ଗଡ୍‌ ପାର୍ଟିକଲର ସନ୍ଧାନ ପାଇନଥିଲେ । ଯଦି ଗଡ ପାର୍ଟିକଲକୁ ଦେଖିବାକୁ ଚାହଁ ତେବେ କିସ୍‌କୁ ଆସ ବୋଲି କହିଥିଲେ ରାଜ୍ୟପାଳ ।

kiis ganeshilalଗଣେଶ ଚତୁର୍ଥୀ ତିଥିରେ ରାଜ୍ୟପାଳଙ୍କ ଜନ୍ମଦିନ ଏବଂ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ହୋଇଥିବାରୁ ରାଜ୍ୟପାଳ କିସ୍‌ ପିଲାଙ୍କୁ ମିଠା ଖୁଆଇବାକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି କାଯ୍ୟର୍କ୍ରମରେ ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଅଭିଭାଷଣ ଓ କିଟ୍‌ ଓ କିସର ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର ଏନ୍‌ ଦାଶ ଅଭିଭାଷଣ ଦେଇଥିଲେ । କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର  ହରେକୃଷ୍ଣ ଶତପଥୀ କିସ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ କାଯ୍ୟର୍କ୍ରମ ଉପରେ ଆଲୋକପାତ କରିଥିବା ବେଳେ କୁଳସଚିବ ଜୁଲିଅସ ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.