Below header

ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର(କେନ୍ଯୁଜ୍): ଆଜି ନୂଆଁଖାଇ । ଦୁଲୁକୁଛି ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଁଖାଇ ପାଇଁ ଘରେ ଘରେ ନାନା ପିଠା ଓ ବ୍ୟଞ୍ଜନର ମହକ । ଧାର୍ଯ୍ଯ ଲଗ୍ନ ଅନୁଯାୟୀ, ଆଜି ସକାଳ ୮ଟା ୧୦ରୁ ୮ଟା ୪୦ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି ହେବ । ଏହାପରେ ଏକାଠି ବସି ପରିବାର ଲୋକ ନବାନ୍ନ ଭକ୍ଷଣ କରିବେ । ନୂଆଁଖାଇ ସହ ଯୋଡ଼ି ହୋଇଛି ଜୁହାର ଭେଟ ପରମ୍ପରା । ଏହି ଅବସରରେ ସାନମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇଥାଆନ୍ତି । ନୂଆଁଖାଇରେ ବିଭିନ୍ନ ସ୍ଥାନରେ ନାନା ସାଂସ୍କୃତିକ କାଯ୍ଯକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.