Below header

କରଣଙ୍କ ପରେ କରୀନା କରିବେ ରେଡ଼ିଓ ଶୋ

ମୁମ୍ବାଇ : କରନ ଜୋହରଙ୍କ ପରେ ଏବେ ରେଡିଓ ଶୋ ହୋଷ୍ଟ କରିବାକୁ ଯାଉଛନ୍ତି କରୀନା କପୁର ଖାନ୍‌। ସୂଚନା ଅନୁଯାୟୀ, ଚଳିତ ବର୍ଷ ଡିସେମ୍ବରରୁ ଏହି ଶୋ ଅନ ଏୟାର ହେବ। ଏହି ଶୋରେ କରୀନା ଲୋକଙ୍କ ସହ କଥା ହେବେ। ସେମାନଙ୍କ ସମସ୍ୟା ସଂପର୍କରେ ଶୁଣିବା ସହ ସମାଧାନର ରାସ୍ତା ବତାଇବେ। ନିଜ ଫ୍ୟାନଙ୍କ ସହ ସିଧାସଳଖ କଥା ହେବା ନେଇ ବେଶ ଏକ୍ସାଇଟେଡ ଅଛନ୍ତି କରୀନା।

kareena-karan

ଖୁବ୍‌ ଶୀଘ୍ର ଏହି ଶୋର ରେକର୍ଡିଂ ଆରମ୍ଭ ହେବ। ମା ହେବା ପରେ ବୀରେ ଦି ୱେଡିଙ୍ଗ ଜରିଆରେ ବଲିଉଡ୍‌କୁ କମବ୍ୟାକ କରିଛନ୍ତି କରୀନା। ଫିଲ୍ମ ସୁପରହିଟ୍‌ ହୋଇଥିଲା। ଏହା ପ୍ରୁଭ୍‌ ହୋଇଥିଲା ଯେ ଏବେ ବି ଦର୍ଶକଙ୍କ ଭିତରେ ରହିଛି କରୀନାଙ୍କ କ୍ରେଜ। ଆଉ ଏବେ ରେଡିଓ ଶୋରେ ତାଙ୍କୁ ଶୁଣିପାରିବେ ତାଙ୍କ ଫ୍ୟାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.