ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି କିଟ୍‌ ଛାତ୍ର ଆକାଶ ନାୟକ, ସର୍ବଭାରତୀୟ ସ୍ତରରେ ପରେଡ୍‌ରେ ହୋଇଛନ୍ତି ପ୍ରଥମ

ଭୁବନେଶ୍ବର: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି କିଟ୍‌ ଛାତ୍ର ଆକାଶ ନାୟକ । ସର୍ବଭାରତୀୟ ସ୍ତରରେ ପରେଡ୍‌ରେ ପ୍ରଥମ ହୋଇଛନ୍ତି ଆକାଶ । ଇଟାମାଟି କଲେଜ ଅଧ୍ୟକ୍ଷ ଅଶୋକ ନାୟକ ଓ ଲଠିପଡା ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟା ଅରୁଣା ନାୟକଙ୍କ ପୁଅ ଆକାଶ ନାୟକ । ପିଲାଦିନୁ ଆକାଶଙ୍କ ସ୍ୱପ୍ନ ଥିଲା ଏନ୍‌ସିସିରେ ଭାଗ ନେବେ ଓ ଦିଲ୍ଲୀ ଲାଲକିଲାରେ ସର୍ବଭରତୀୟ ସ୍ତରର ପ୍ୟାରେଡରେ ଭାଗ ନେବେ ।

akashସେ କିଟ୍‌ରେ ମେକାଟ୍ରୋନିକ୍ସ ବିଭାଗର ତୃତୀୟ ବର୍ଷ ଡିଗ୍ରୀ ଇଞ୍ଜିନିୟର ଭାବେ ପାଠ ପଢିବା ବେଳେ ଏନ୍‌ସିସିରେ ଭାଗ ନେଇଥିଲେ । କରୋନା କଟକଣା ମଧ୍ୟରେ ଅନଲାଇନରେ ପାଠ ପଢିବା ସହ ଶାରୀରିକ ଗଠନର ପ୍ରଶିକ୍ଷଣ ନେଉଥିଲେ । ଜାତୀୟ ପରେଡ୍‌ରେ ଓଡିଶାର କମାଣ୍ଡର ଆକାଶ ନାୟକ ଭଲ ପ୍ରଦର୍ଶନ କରିଥିଲେ। ସର୍ବ ଭାରତୀୟ ସ୍ତରରେ ସେ ପ୍ରଥମ ହୋଇଥିଲେ । ଏଥିପାଇଁ ସେ କିଟ୍‌ କର୍ମକର୍ତାଙ୍କୁ ଧନ୍ୟବାଦ ଦେବା ସହ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡ. ସାମନ୍ତ ମଧ୍ୟ ଆକାଶଙ୍କ ସଫଳତା ପାଇଁ ଟ୍ଵିଟ କରି ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.