କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିବ ବିଶ୍ୱ ସ୍ତରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ସୁପାରିଶ କରିଛି ୟୁଜିସି
କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିବ ବିଶ୍ୱ ସ୍ତରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା। କିଟ୍କୁ ଇନ୍ଷ୍ଟିଚ୍ୟୁଟ୍ ଅଫ ଏମିନାନ୍ସ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ସୁପାରିଶ କରିଛି ୟୁଜିସି। ମୋଟ ୧୦ଟି ସରକାରୀ ଓ ୧୦ ଘରୋଇ ବିଶ୍ୱବିଦ୍ୟାଳୟର ନାଁ ସୁପାରିଶ କରାଯାଇଛି। ଏଥିରୁ ଓଡ଼ିଶାରୁ ଏକ ମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟକୁ ଆନ୍ତର୍ଜାତିକ ସ୍ତରର ଅନୁଷ୍ଠାନ କରିବାକୁ ଇନ୍ଷ୍ଟିଚ୍ୟୁଟ୍ ଅଫ ଏମିନାନ୍ସ ପ୍ରକଳ୍ପ ୨୦୧୭ରୁ ଆରମ୍ଭ ହୋଇଥିଲା।