Below header

ହେଲ୍‌ଥ କେୟାର ଆଣ୍ଡ ଏଜୁକେସନ୍‌ ସମିଟ୍‌ରେ କିମ୍‌ସକୁ ପୁରସ୍କାର, ମୋଷ୍ଟ ଇନୋଭେଟିଭ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ପୁରସ୍କାର ପାଇଲା କିମ୍‌ସ

କେନ୍ୟୁଜ୍(ବ୍ୟୁରୋ):  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ କିମ୍‌ସକୁ ମୋଷ୍ଟ ଇନୋଭେଟିଭ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଏସୀୟ ହେଲ୍‌ଥ କେୟାର ଆଣ୍ଡ ଏଜୁକେସନ୍‌ ସମିଟ୍‌ରେ କିମ୍‌ସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଚିକିତ୍ସା ଓ ରୋଗୀ ସେବା କ୍ଷେତ୍ର୍ରରେ ସର୍ବଦା ନୂତନ ଓ ଅତ୍ୟାଧୁନିକ ପଦ୍ଧତି ଉପଯୋଗ ନିମନ୍ତେ କିମ୍‌ସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

kims awarded

ରିସର୍ଚ୍ଚ ଓ ମିଡିଆ ସଂସ୍ଥା ଏସିଆ ଟୁଡେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ମାନେକା ଗାନ୍ଧୀ ଏହି ପୁରସ୍କାର ପ୍ରଦାନ କରିଥିଲେ । କିମ୍‌ସ ପକ୍ଷରୁ କିମ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍‌ସ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଡାକ୍ତର, ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଚିକିତ୍ସା ଓ ରୋଗୀ ସେବା କ୍ଷେତ୍ରରେ ନୂତନତ୍ୱକୁ ଆପଣାଇବା ପାଇଁ କିମ୍‌ସ ସର୍ବଦା ଗୁରୁତ୍ୱ ଦେଇଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.